fbpx

‘ମୋ ଶରୀରକୁ ଗିରଫ କରାଯାଇପାରେ ମନକୁ ନୁହେଁ’ , ଏପରି କାହିଁକି କହିଲେ କେଜରିୱାଲ ଜାଣନ୍ତୁ

Advertisement

ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍‌କୁ ଅଣଦେଖା କରି ଗୁରୁବାର ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ଲାଗି ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜର ଗିରଫଦାରୀକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏପରି ବି ହୋଇପାରେ କି ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ମୋତେ ଜେଲ୍‌ରେ ରଖିଦିଆଯାଇପାରେ । କେଜରିୱାଲ ଆହୁରି କହିଛନ୍ତି ତାଙ୍କ ଶରୀରକୁ ଗିରଫ କରାଯାଇପାରେ ମନକୁ ନୁହେଁ । ଅନ୍ୟପକ୍ଷରେ ଛତିଶଗଡର କାଙ୍କେରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ନାଁ ନେଇ କହିଛନ୍ତି ଭ୍ରଷ୍ଟାଚାର ବିରୁଦ୍ଧରେ ତାଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ତାଙ୍କୁ ଯିଏ ଯେତେ ଗାଳି ଦେଉ ପଛେ ସେ କେବେ ପଛକୁ ହଟିବେ ନାହିଁ ।

ସିଙ୍ଗରୌଲୀରେ କେଜରିୱାଲ ଆପ୍ ପ୍ରାର୍ଥୀ ରାଣୀ ଅଗ୍ରୱାଲଙ୍କ ଲାଗି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହିତ ରୋଡ୍ ଶୋ’ କରିଛନ୍ତି । ଏହାପରେ ସେ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ତାଙ୍କୁ ପ୍ରତିଦିନ ଗିରଫ କରାଯିବାକୁ ଧମକ ଦିଆଯାଉଛି । ମୁଁ ଏହାକୁ ଭୟ କରୁନାହିଁ । କାରଣ କେଜରିୱାଲଙ୍କ ଶରୀରକୁ ସିନା ସେମାନେ ଗିରଫ କରିନେବେ ମନକୁ ତ ଗିରଫ କରିପାରିବେ ନାହିଁ । ସେ କହିଛନ୍ତି ଯେତେବେଳେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ ସେତେବେଳେ ସେ ଜେଲ୍‌ରେ ଥିବେ କି ବାହାରେ ଥିବେ ତାହା ସେ ଜାଣିନାହାନ୍ତି । ସେ କହିଛନ୍ତି ଯେପରି ଦିଲ୍ଲୀ ଓ ପଞ୍ଜାବର ଲୋକମାନେ ଚମତ୍କାର କରି ଦେଖାଇଛନ୍ତି ସେହିପରି ମଧ୍ୟପ୍ରଦେଶର ଲୋକମାନେ ବି କରି ଦେଖାଇବେ ।

ଅନ୍ୟପକ୍ଷରେ ଦିଲ୍ଲୀରୁ ଆରମ୍ଭ କରି ଛତିଶଗଡ ପର୍ଯ୍ୟନ୍ତ ଇଡି ଓ ସିବିଆଇ ପରି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ମୋଦୀଙ୍କୁ ଟାର୍ଗେଟ୍ କରୁଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭ୍ରଷ୍ଟାଚାର ବିରୁଦ୍ଧରେ ଆମେ କାର୍ଯ୍ୟାନୁଷ୍ଠାନ ଜାରି ରଖିବୁ । ଜନତା ମୋତେ ଏଇଥିପାଇଁ ହିଁ ଆସନରେ ବସାଇଛନ୍ତି ।

Get real time updates directly on you device, subscribe now.