fbpx

ପେନସନଭୋଗୀଙ୍କ ପାଇଁ ଖୁସି ଖବର: ସରକାର ଆରମ୍ଭ କଲେ ଏହି କାମ, ଲକ୍ଷ ଲକ୍ଷ ଲୋକଙ୍କୁ ମିଳିବ ଆରାମ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପେନସନଭୋଗୀଙ୍କ ପାଇଁ ରହିଛି ଏକ ଖୁସି ଖବର । ତେବେ କେନ୍ଦ୍ର ସରକାର ଦେଶର ୧୦୦ ଟି ସହରରେ ୫୦୦ ଲୋକେସନରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ସରକାରଙ୍କ ଦ୍ୱାରା ଜାରି ବୟାନ ଅନୁଯାୟୀ, ୧୭ ଟି ପେନସନ୍ ପ୍ରଦାନକାରୀ ବ୍ୟାଙ୍କ, ମନ୍ତ୍ରଣାଳୟ / ବିଭାଗ, ପେନସନଭୋଗୀ କଲ୍ୟାଣ ସଙ୍ଗଠନ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ୟୁଆଇଇଏଆଇ ସହଯୋଗରେ ୫୦ ଲକ୍ଷ ପେନସନଭୋଗୀଙ୍କୁ ଲକ୍ଷ ରଖି ଏହି ଅଭିଯାନ ଆରମ୍ଭ ହୋଇଛି । ନଭେମ୍ବର ୧ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ ।

ଉଦ୍ଦେଶ୍ୟ କ’ଣ :-
ପେନସନଭୋଗୀଙ୍କୁ ବିଶେଷ କରି
ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ପେନସନଭୋଗୀ ଖାସ୍ କରି ଅତି ବୟସ୍କ / ଅସୁସ୍ଥ / ଭିନ୍ନକ୍ଷମ ପେନସନଭୋଗୀଙ୍କୁ ଲାଇଫ୍ ସାର୍ଟିଫିକେଟ୍ ଜମା କରିବାର ଡିଜିଟାଲ୍ ପଦ୍ଧତିର ସୁବିଧା ପହଞ୍ଚାଇବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ।

ଏହା ସହିତ ଅଧିକ ଅସୁସ୍ଥ, ବିଛଣାରୁ ଉଠିବାକୁ ଅସମର୍ଥ ପେନସନଭୋଗୀଙ୍କୁ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଜମା କରିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଅନେକ ଘର ପରିଦର୍ଶନ କରିବାକୁ କୁହାଯାଇପାରେ । ଏହା ବ୍ୟତୀତ ପେନସନଭୋଗୀମାନଙ୍କୁ କୌଣସି ବିଳମ୍ବ ନକରି ସେମାନଙ୍କର ଡିଏଲସି ଜମା କରିବାର ସୂଚନା ଦେଇ ସକ୍ଷମ କରିବାକୁ ଶିବିର ଆୟୋଜନ କରାଯିବା ଉଚିତ୍ ।

ତେବେ ୨୦୧୪ ମସିହାରେ ସରକାର ବାୟୋମେଟ୍ରିକ୍ ଉପକରଣ ବ୍ୟବହାର କରି ଡିଏଲସି ଦାଖଲ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ, ଆଧାର ଡାଟାବେସ୍ ଉପରେ ଆଧାର କରି ଫେସ୍ ପ୍ରାମାଣିକିକରଣ ଟେକ୍ନୋଲୋଜି ସିଷ୍ଟମର ବିକାଶ ପାଇଁ କାର୍ଯ୍ୟ କରାଯାଇଥିଲା, ଯାହାକି କୌଣସି ଆଣ୍ଡ୍ରଏଡ୍ ଆଧାରିତ ସ୍ମାର୍ଟ ଫୋନ୍ ସାହାଯ୍ୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ସମ୍ଭବ ହୋଇଥିଲା । ଏହି ସୁବିଧା ଅନୁଯାୟୀ, ଫେସ୍ ପ୍ରାମାଣିକିକରଣ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ପରିଚୟ ପ୍ରତିଷ୍ଠିତ ହୁଏ ଏବଂ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ (ଡିଏଲସି) ତିଆରି କରାଯାଏ ।

Get real time updates directly on you device, subscribe now.