ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା: ପୁଣି ଥରେ କେଜ୍ରିୱାଲଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପ୍ରତ୍ୟାହୃତ ହୋଇ ସାରିଥିବା ତଥାକତିଥ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ କରିଛି। ତାଙ୍କୁ ଡିସେମ୍ବର ୨୧ (ଗୁରୁବାର) ଇଡି ମୁଖ୍ୟାଳୟରେ ହାଜର ହେବାକୁ ଇଡି ପକ୍ଷରୁ ନିର୍ଦ୍ଦେଶ ମିଳିଛି।

ସୂଚନା ଥାଉକି, ଏହା ପୂର୍ବରୁ ନଭେମ୍ବର ୨ ରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ନୋଟିସ ପଠାଇଥିଲା, କିନ୍ତୁ ସେ ଏହି ନୋଟିସକୁ ବେଆଇନ ବୋଲି ଦର୍ଶାଇ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ହେଲେ ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତେବେ ପୂର୍ବରୁ ହୋଇଥିବା ସମନକୁ ବେଆଇନ ବୋଲି କହି କେଜ୍ରିୱାଲ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ବିରୋଧୀଙ୍କୁ ଚୁପ କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏପରି ପ୍ରତିଶୋଧ ପରାୟଣ ରାଜନୀତି କରୁଥିବା କେଜ୍ରିୱାଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ହେଲେ ଆଜି ତାଙ୍କୁ ପୁଣି ସମନ କରାଯାଇଛି। କିନ୍ତୁ ଏହା ଉପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା ଏଯାଏ ମିଳିନାହିଁ। ତେବେ ଏଥର ସେ ଇଡି ଆଗରେ ହାଜର ହେବେ କି ନାହିଁ ସେନେଇ କିଛି ଜଣାପଡି ନାହିଁ। ସେପଟେ ଏହାକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି।