fbpx

‘ଜବାବ ଦାଖଲ କରନ୍ତୁ..’, ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମଦ ଦୁର୍ନୀତିରେ ଜେଲରେ ଥିବାବେଳେ ଅନ୍ୟପଟେ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ପାଇଁ ଅସୁବିଧା ବଢ଼ୁଥିବା ଜଣାପଡିଛି। ସୋସିଆଲ ମିଡିଆରେ ଏକ୍ସାଇଜ୍ ପଲିସି ମାମଲାରେ କୋର୍ଟ ଶୁଣାଣିର ରେକର୍ଡିଂ ସେୟାର କରିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ସୁନୀତା କେଜ୍ରିୱାଲଙ୍କ ଉତ୍ତର ମାଗିଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯାହା ବି ହେଉ, ଆପଣ ଏହାର ଜବାବ ଦାଖଲ କରିବା ଉଚିତ୍। ଆମେ ଏହା ଉପରେ ନିଷ୍ପତ୍ତି ନେବୁ।

ସୁନୀତା କେଜ୍ରିୱାଲଙ୍କ ଓକିଲ ଯୁକ୍ତି ବଢିଛନ୍ତି ଯେ ଆବେଦନକାରୀମାନେ ଏହି ପ୍ରସଙ୍ଗକୁ ସମ୍ବେଦନଶୀଳ କରୁଛନ୍ତି ଏବଂ ଲୋକଙ୍କୁ ଏଥିରେ ଟାଣି ନେଉଛନ୍ତି, ଯାହାର ଏଥିରେ କୌଣସି ସମ୍ପର୍କ ନାହିଁ। ଓକିଲ କହିଛନ୍ତି ଯେ ସୁନୀତା କେଜ୍ରିୱାଲଙ୍କୁ ଏହି ତାଲିକାରୁ ହଟାଇବା ଉଚିତ କାରଣ ସେ କେବଳ ରେକର୍ଡିଂକୁ ରିଟ୍ୱିଟ କରିଛନ୍ତି। ସେ ରେକର୍ଡିଂ ଅପଲୋଡ୍ କରିନାହାଁନ୍ତି। ହାଇକୋର୍ଟ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ୱଧୀନ ବେଞ୍ଚ କହିଛନ୍ତି ଯେ, କୋର୍ଟରେ ପ୍ରୋସିଡ଼ିଙ୍ଗକୁ ରେକର୍ଡ କରାଯାଇ ପାରିବ ନାହିଁ କିମ୍ବା ଇଣ୍ଟରନେଟରେ ସେୟାର କରାଯାଇପାରିବ ନାହିଁ। ଆପଣଙ୍କୁ ଏହାର ଉତ୍ତର ଦେବାକୁ ପଡିବ। ବେଞ୍ଚରେ ସାମିଲ ଥିବା ଜଷ୍ଟିସ ତୁଷାର ରାଓ ଗେଡେଲା କହିଛନ୍ତି ଯେ ଇଣ୍ଟରନେଟରେ କୋର୍ଟର କାର୍ଯ୍ୟକାରିତାକୁ ଅପଲୋଡ଼ କରାଯାଇପାରିବ ନାହିଁ। ଆମକୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିବ। ଯାହା ବି ହେଉ, ଆପଣ ଜବାବ ଦାଖଲ କର।

Get real time updates directly on you device, subscribe now.