fbpx

ତିହାରର ଜେଲ୍ ନଂ ୨ରେ ରହିବେ କେଜ୍ରିୱାଲ, ପୂର୍ବରୁ ଥିଲେ ଏହି ବଡ ନେତା

ନୂଆଦିଲ୍ଲୀ: ଇଡିର ରିମାଣ୍ଡ ଅବଧି ସରିବା ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲ୍ ପଠାଇ ଦିଆଯାଇଛି । ତେବେ କେଜ୍ରିୱାଲ ତିହାର ଜେଲ୍ ନଂ ୨ରେ ରହିବେ । ଏହି ଠାରୁ ସେ ଦିଲ୍ଲୀ ସରକାର ବି ଚଳାଇବେ । ତେବେ କେଜ୍ରିୱାଲଙ୍କ ପୂର୍ବରୁ ଏହି ଜେଲ୍ ନଂ୨ରେ ଆପ୍‌ର ବରିଷ୍ଠ ନେତା ସଂଜୟ ସିଂହଙ୍କୁ ରଖା ଯାଇଥିଲା । ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ଏଠାରେ ରଖିିବା ପାଇଁ ସଞ୍ଜୟ ସିଂହଙ୍କୁ ଜେଲ୍ ନଂ୫କୁ ସିଫ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ସେଲ୍‌ରେ ଏକାକୀ ରହିବେ ।

ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ ଇଡିକୁ କହିଛନ୍ତି କି ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ରହିବା ସମୟରେ ତାଙ୍କ ଦ୍ୱାରା ଆଦେଶ ପାରିତ କରାଯିବା ପ୍ରସଙ୍ଗ ଉପରେ ଆବେଦନକୁ ବିଶେଷ ବିଚାରପତିଙ୍କ ଦ୍ୱାରା ଶୁଣାଣୀ କରାନ୍ତୁ । କାର୍ଯ୍ୟବାହକ ମୁଖ୍ୟ ବିଚାରପତି ମନମୋହନ ଓ ବିଚାରପତି ମନପ୍ରୀତ୍ ପି. ଏସ୍ ଆରୋରାଙ୍କ ପୀଠ କହିଛନ୍ତି ମନି ଲଣ୍ଡରିଂ ମାମଲାର ଶୁଣାଣୀ କରୁଥିବା ସ୍ୱତନ୍ତ୍ର ବିଚାରପତିଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି ଯଦି ଜରୁରୀ ଅଛି ତେବେ ଏହି ମାମଲାରେ ଆଇନ ଜରିଆରେ ଆଦେଶ ଜାରି କରନ୍ତୁ ।

Get real time updates directly on you device, subscribe now.