fbpx

ମାର୍ଚ୍ଚ ୨୦୨୪ରେ GST ଆଦାୟ ହୋଇଛି ୧.୭୮ ଲକ୍ଷ କୋଟି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୨୪ରେ ଜିଏସଟି କଲେକସନ ୧.୭୮ ଲକ୍ଷ କୋଟି ଟଙ୍କା ରହିଛି । ଗତ ବର୍ଷର ସମାନ ଅବଧି ୨୦୨୩ ତୁଳନାରେ ମାର୍ଚ୍ଚ ୨୦୧୪ ରେ ଜିଏସଟି କଲେକସନରେ ୧୧.୫ ପ୍ରତିଶତ ବୃଦ୍ଧି ଘଟିଛି । ମାସିକ ଜିଏସଟି କଲେକସନର ଏହା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ସ୍ତର । ଆର୍ଥିକ ବର୍ଷ ୨୦୨୩-୨୪ରେ ସମୁଦାୟ ୨୦.୧୪ ଲକ୍ଷ କୋଟି ଟଙ୍କା ଜିଏସଟି କଲେକସନ ଦେଖିବାକୁ ମିଳିଛି । ଯାହା ଆର୍ଥିକ ବର୍ଷ ୨୦୨୨-୨୩ ତୁଳନାରେ ୧୧.୭ ପ୍ରତିଶତ ଅଧିକ ରହିଛି ।

GST କଲେକସନର ଡାଟା ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ କହିଛି ଯେ ମାର୍ଚ୍ଚ ୨୦୨୪ ରେ ଜିଏସଟି କଲେକସନ ୧.୭୮ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଜିଏସଟି ଲାଗୁ ହେବା ପରେ କଲେକସନର ଦ୍ୱିତୀୟ ସର୍ବୋଚ୍ଚ ସ୍ତର ଅଟେ। ମନ୍ତ୍ରଣାଳୟ କହିଛି ଯେ ଘରୋଇ କାରବାର ଉପରେ ଜିଏସଟି କଲେକସନରେ ୧୭.୬ ପ୍ରତିଶତ ବୃଦ୍ଧି ଘଟିଛି, ଯେଉଁ କାରଣରୁ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ବୃଦ୍ଧି ପାଇଛି। ରିଫଣ୍ଡ ପରେ ମୋଟ ଜିଏସଟି ସଂଗ୍ରହ ମାର୍ଚ୍ଚରେ ୧.୬୫ ଲକ୍ଷ କୋଟି ଥିଲା, ଯାହା ଗତ ବର୍ଷ ସମାନ ମାସ ତୁଳନାରେ ୧୮.୪ ପ୍ରତିଶତ ଅଧିକ।

୨୦୨୩-୨୪ ଆର୍ଥିକ ବର୍ଷରେ ଜିଏସଟି କଲେକସନ ପ୍ରଥମ ଥର ପାଇଁ ୨୦ ଲକ୍ଷ କୋଟି ଅତିକ୍ରମ କରିଛି ଏବଂ ୨୦.୧୪ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଗତ ଆର୍ଥିକ ବର୍ଷ ତୁଳନାରେ ୧୧.୭ ପ୍ରତିଶତ ଅଧିକ। ୨୦୨୩-୨୪ ରେ ପ୍ରତି ମାସରେ ହାରାହାରି ଜିଏସଟି କଲେକସନ ହେଉଛି ୧.୬୮ ଲକ୍ଷ କୋଟି ଟଙ୍କା, ଯାହା ଗତ ବର୍ଷରେ ହାରାହାରି ୧.୫୦ ଲକ୍ଷ କୋଟି ଟଙ୍କା ଥିଲା। ରିଫଣ୍ଡ ଜାରି କଲା ପରେ, ୨୦୨୩-୨୪ ରେ ନିଟ୍ ଜିଏସଟି କଲେକସନ ୧୮.୦୧ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଗତ ବର୍ଷ ତୁଳନାରେ ୧୩.୪ ପ୍ରତିଶତ ଅଧିକ।

Get real time updates directly on you device, subscribe now.