fbpx

ଜ୍ଞାନବ୍ୟାପୀ ମାମଲା: ‘ପୂଜା ଏବଂ ନମାଜ ନିଜ-ନିଜ ସ୍ଥାନରେ ଜାରି ରହିବା ଉଚିତ୍‌’, ଶୁଣାଣି ବେଳେ କହିଲେ CJI

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦିନ ଜ୍ଞାନବ୍ୟାପୀ ମସଜିଦ ପରିସରର ବ୍ୟାସ ତେହଖାନାରେ ପୂଜା ବିରୋଧରେ ମସଜିଦ କମିଟିର ପିଟିସନ ଉପରେ ଶୁଣାଣି କରିଛନ୍ତି । ମସଜିଦ ପକ୍ଷର ଓକିଲ ହୁଜୈଫା ଅହମଦୀ କହିଛନ୍ତି ଯେ, ନିମ୍ନ ଅଦାଲତ ଆଦେଶ ଲାଗୁ କରିବା ଲାଗି ୧ ସପ୍ତାହର ସମୟ ଦେଇଛନ୍ତି, ହେଲେ ସରକାର ଏହାକୁ ତୁରନ୍ତ ଲାଗୁ କରିଛନ୍ତି । ହାଇକୋର୍ଟଙ୍କ ଠାରୁ ମଧ୍ୟ ଆମକୁ ଆଶ୍ୱସ୍ତି ମିଳିନାହିଁ । ସୁପ୍ରିମକୋର୍ଟଙ୍କୁ ଏହା ଉପରେ ତୁରନ୍ତ ବନ୍ଦ କରିବା ଆବଶ୍ୟକ ।

ଚିଫ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହି ମାମଲା ଉପରେ ନୋଟିସ ଜାରି ଅନ୍ୟ ତାରିଖରେ ଶୁଣାଣି କରିବାକୁ ସଂକେତ ଦେଇଛନ୍ତି । ମସଜିଦ ପକ୍ଷ ଓକିଲ ପୂଜା ବନ୍ଦକୁ ନେଇ ନିଜର ଡକ୍ୟୁମେଣ୍ଟ ଜାରି କରିଛନ୍ତି । ଚିଫ ଜଷ୍ଟିସ ଏ ନେଇ କହିଛନ୍ତି ଯେ, ତେହଖାନାରେ ପ୍ରବେଶ ଦକ୍ଷିଣ ଦ୍ୱାର ପଟେ ଏବଂ ମସଜିଦର ପ୍ରବେଶ ଦ୍ୱାରା ଉତ୍ତର ଦ୍ୱାର ପଟେ ହେଉଛି । ଦୁହେଁ ଦୁହିଁଙ୍କୁ ପ୍ରଭାବିତ କରୁନାହାନ୍ତି । ଆମେ ଏହି ନିର୍ଦ୍ଦେଶ ଦେଉଛୁ ଯେ, ଏପର୍ଯ୍ୟନ୍ତ ପୂଜାପାଠ ନିଜ ନିଜ ସ୍ଥାନରେ ଜାରି ରହିବା ଆବଶ୍ୟକ ।

ବ୍ୟାସ ପରିସରର ଓକିଲ ଶ୍ୟାମ ଦିୱାନ ଆନୁଷ୍ଠାନିକ ନୋଟିସ ଜାରି କରିବାର ବିରୋଧ କରିଛନ୍ତି । ଓକିଲ କହିଛନ୍ତି ଯେ, ବର୍ତ୍ତମାନ ନିମ୍ନ ଅଦାଲତରେ ମାମଲା ସଂପୂର୍ଣ୍ଣ ରୂପେ ସମାଧାନ ହୋଇନାହିଁ । ଏହି ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କୌଣସି ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.