fbpx
BJD SKY
BJD SKY

ବେଲ୍ ଖାରଜ ହେବା ପରେ ଜେଲରେ କଥାବାର୍ତ୍ତା ବନ୍ଦ କଲେ ଆର୍ଯ୍ୟନ୍

BJD

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଏବଂ ଅନ୍ୟ ଦୁଇଜଣଙ୍କ ଜାମିନ୍ ଆବେଦନକୁ ସେସନ୍ କୋର୍ଟ ଖାରଜ ହୋଇଯାଇଛି । ଏମାନେ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବା ସମୟରେ ଏନସିବି ସେମାନଙ୍କୁ ଗିରଫ କରିଥିଲେ । ପ୍ରଥମେ ଏମାନେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ହେପାଜତରେ ରହିଥିଲେ । ଏହାପରେ ସେମାନଙ୍କୁ ଆର୍ଥର୍ ରୋଡ୍ ଜେଲକୁ ପଠାଇ ଦିଆଯାଇଥିଲା ।

ତେବେ ଜେଲ୍ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋର୍ଟର ନିଷ୍ପତି ଶୁଣିବା ପରେ ଆର୍ଯ୍ୟନ ଖାନ୍ ଖୁବ୍ ଚିନ୍ତିତ ଓ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜେଲରେ ସେ କାହା ସହିତ ବି କଥାବାର୍ତ୍ତା କରୁନଥିବା ବେଳେ ଚୁପ୍ ଚାପ୍ ହୋଇ ନିଜର ବଖରାରେ ବସିଥିଲେ । କାରଣ ସେ ନିଜର ବେଲ୍ କୁ ନେଇ ପଜିଟିଭ୍ ଥିଲେ ଓ ଜାମିନ୍ ମିଳିଯିବା ନେଇ ଆଶା ରଖିଥିଲେ । ତାଙ୍କୁ ଜେଲ୍ ଖାଦ୍ୟ ମଧ୍ୟ ପସନ୍ଦ ଆସୁନି । ସେ ବାକି କଏଦୀ ମାନଙ୍କୁ ମଧ୍ୟ କହୁଛନ୍ତି ଯେ, ସେ ନିର୍ଦ୍ଦୋଷ, ତାଙ୍କର କୌଣସି ଦୋଷ ନାହିଁ । ତାଙ୍କୁ ଫସାଇ ଦିଆଯାଇଛି ।

ରିପୋର୍ଟ ମୁତାବକ, ଆର୍ଯ୍ୟନ୍ ଯେଉଁଠାରେ ରହିଛନ୍ତି ସେଠାରେ ତାଙ୍କୁ ଏକ ପତଳା ଚାଦର୍ ଦିଆଯାଇଛି ଏବଂ କିଛି ହାତ ଗଣତି ଜିନିଷ ଦିଆଯାଇଛି । ଅନ୍ୟପଟେ ଆର୍ଯ୍ୟନ୍ ଖାନ୍ ସହିତ ବଲିଉଡ୍ ର କିଛି ଅଭିନେତ୍ରୀଙ୍କ ଚାଟ୍ ପୋଲିସ୍ ହାତରେ ଲାଗିଛି । ଚାଟ୍ ରେ ସେମାନେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଏହି ଚାଟ୍ ସବୁକୁ କୋର୍ଟକୁ ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ କିଛି ଡ୍ରଗ୍ସ ବ୍ୟବସାୟୀଙ୍କ ସହ କରିଥିବା ଚାଟ୍ କୁ ବି ଅଦାଲତ କୁ ଦିଆଯାଇଛି ।

Get real time updates directly on you device, subscribe now.