fbpx

କ’ଣ କାମ କରିଛ ବୋଲି ଭୋଟର ପ୍ରଶ୍ନ କରିବାରୁ ମାଡ଼ ମାରିଲେ ଦବଙ୍ଗ ବିଧାୟକ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଚଣ୍ଡିଗଡ଼: ଭୋଟର ପ୍ରଶ୍ନ କରିବାରୁ ମାଡ଼ ମାରିଲେ ବିଧାୟକ । ଏଭଳି ଏକ ଘଟଣା ଘଟିଛି ପଞ୍ଜାବରେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ମାଡ଼ ମାରିଥିବା ବିଧାୟକଙ୍କ ନାଁ ଯୋଗୀନ୍ଦର ପଲ୍‌ ? । ସେ କଂଗ୍ରେସର ବିଧାୟକ । ଭିଡିଓ ଦେଖିବା ପରେ ପଞ୍ଜାବରେ ଶାସନ ଗାଦିରେ ବସିଥିବା କଂଗ୍ରେସର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି । କାରଣ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଜନପ୍ରତିନିଧିଙ୍କ ଏଭଳି ଆଚରଣ ପ୍ରତିକୂଳ ସ୍ଥିତି ତିଆରି କରିପାରେ ।

ପଠାନକୋଟ ଜିଲ୍ଲାର ଭୋଆରେ ଏକ ଟେଣ୍ଟ ତଳେ ବିଧାୟକ ଯୋଗୀନ୍ଦର ପଲ କିଛି ଲୋକଙ୍କୁ ସମ୍ବୋଧିତ କରୁଥିଲେ । ସେ ଗାଁରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ କହୁଥିବା ଜଣାପଡ଼ୁଛି । ତେବେ ମାଟିଆ ରଙ୍ଗର ଶାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ବିରୋଧ କରିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ଉକ୍ତ ବ୍ୟକ୍ତି ଜଣଙ୍କୁ ପୁଲିସ୍‌ କର୍ମଚାରୀ ସେଠାରୁ ବାହାର କରି ଦେଉଛନ୍ତି । କିନ୍ତୁ ପରେ ସେ ବିଧାୟକଙ୍କ ନିକଟକୁ ଆସିଛନ୍ତି । ପ୍ରକୃତରେ ବିଧାୟକ କେତେ କାମ କରିଛନ୍ତି ବୋଲି ସେ ପଚାରିଛନ୍ତି । ଏହା ପରେ ବିଧାୟକ ଶ୍ରୀ ପଲ୍‌? ତାଙ୍କ ଗାଲରେ ଖୁବ୍‌ ଜୋରରେ ଚଟକଣା ଲଗାଇଛନ୍ତି । ତେବେ ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା । ସେ ଆହୁରି ମାଡ଼ ମାରିଥିଲେ । ଉପସ୍ଥିତ ଲୋକଙ୍କ ମଧ୍ୟରୁ ମଧ୍ୟ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ପିଟିଥିଲେ । ଉପସ୍ଥିତ ଜଣେ ପୁଲିସ୍‌ କର୍ମଚାରୀ ବି ତାଙ୍କୁ ପିଟି ଥିଲେ । ଶେଷରେ ଅନ୍ୟ ଜଣେ ପୁଲିସ୍‌ କର୍ମଚାରୀ ଓ ଜଣେ ସାଧାରଣ ଲୋକ ତାଙ୍କୁ ସେଠାରୁ ବାହାରକୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି । ପଞ୍ଜାବର ଗୃହ ମନ୍ତ୍ରୀ ସୁଖଜିନ୍ଦର ସିଂହ କହିଛନ୍ତି ଯେ ବିଧାୟକ ଯୋଗୀନ୍ଦର ପଲ ଆଦୌ ସେମିତି ବ୍ୟବହାର କରିବାର ନଥିଲା । ଆମେ ଲୋକଙ୍କ ପ୍ରତିନିଧି । ଆମେ ସେମାନଙ୍କ ସେବା କରିବାକୁ ନିର୍ବାଚିତ ହୋଇଛନ୍ତି ।

Get real time updates directly on you device, subscribe now.