fbpx

ଡ୍ରଗ୍ସ କେସ: ଆର୍ଯ୍ୟନ ଖାନଙ୍କ ବେଲ୍ ପାଇଁ କୋର୍ଟ ରଖିଲେ ଏମିତି ​ସର୍ତ୍ତ

ମୁମ୍ବାଇ: ମୁମ୍ବାଇ କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିବା ପରେ ଶୁକ୍ରବାର ଦିନ ଜାମିନ ଅର୍ଡର ଜାରି ହୋଇଛି । ସେ ଆଜି ଜେଲରୁ ବାହାରି ପାରନ୍ତି । ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଗତକାଲି ଜାମିନ୍ ମିଳିଛି । ୫ ଫର୍ଦ୍ଦର ବେଲ୍ ଅର୍ଡର ଜାରି କରିଛନ୍ତି ବମ୍ବେ ହାଇକୋର୍ଟ । ୧ ଲକ୍ଷ ଟଙ୍କା ଜାମିନ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଆର୍ଯ୍ୟନଙ୍କୁ ଜାମିନ ମିଳିଥିଲେ ବି ଅନେକ ସର୍ତ୍ତ ମାନିବାକୁ ପଡିବ । ସର୍ତ୍ତ ମୁତାବକ, ଆର୍ଯ୍ୟନ ଦେଶ ବାହାରକୁ ଯାଇପାରିବେ ନାହିଁ । ଯଦି ଦେଶ ବାହରକୁ ଯିବାକୁ ଚାହିଁବେ, ତେବେ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ । ପ୍ରତି ଶୁକ୍ରବାର ସକାଳ ୧୧ଟାରୁ ଦ୍ୱିପହର ୨ଟା ମଧ୍ୟରେ ଏନସିବିରେ ହାଜିରା ଦେବେ ଆର୍ଯ୍ୟନ । ସେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାକୁ ନେଇ କୌଣସି ପ୍ରଶ୍ନ କରିପାରିବେ ନାହିଁ । କୌଣସି ସର୍ତ୍ତର ଉଲ୍ଲଙ୍ଘନ କଲେ ଜାମିନ୍ ରଦ୍ଧ ହୋଇପାରେ । ମୁମ୍ବାଇ ବାହାରକୁ ଯାତ୍ରା କରିବା ଉପରେ ପ୍ରତିବନ୍ଧକ ଲାଗିଛି । ମୁମ୍ବାଇରୁ ବାହାରକୁ ଗଲେ ତଦନ୍ତ ଅଧିକାରୀଙ୍କ ଅନୁମତି ନେବେ ଆର୍ଯ୍ୟନ ।

Get real time updates directly on you device, subscribe now.