fbpx

ଭୁବନେଶ୍ୱରରେ ଅୟୋଜିତ ହୋଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ । ‘ଜାତୀୟ ଏକତା ସପ୍ତାହ’ ପାଳନ ଅବସରରେ ଭୁବନେଶ୍ୱର ସତ୍ୟ ବିହାର ସ୍ଥିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ରଠାରେ ଶୁକ୍ରବାର ଆୟୋଜିତ ହୋଇଛି ‘ଜନ ଔଷଧି ମିତ୍ର’ ସମ୍ମିଳନୀ । କେନ୍ଦ୍ର ପରିଚାଳକ ନାରାୟଣ ଚନ୍ଦ୍ର ସ୍ୱାଇଁ ‘ଜନ ଔଷଧି ମିତ୍ର’ ସମ୍ମିଳନୀର ଆୟୋଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଭାବରେ ଯୋଗ ଦେଇଥିଲେ, ସମ୍ମାନୀୟ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନର କୁଳାଧିପତି ତଥା ଏମ୍ସର ଅବସରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଜୟଦେବ ଫାର୍ମାସିଟ୍ୟୁକାଲ କଲେଜର ଅଧ୍ୟକ୍ଷା ଡକ୍ଟର ନିଳୀମା ଶୁକ୍ଳା ଉପସ୍ଥିତ ଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ସ୍ୱରୂପ ଦାସ ସ୍ଵାଗତ ଭାଷଣ ସହିତ ମଞ୍ଚ ପରିଚାଳନା କରିଥିଲେ ।

ଜନ ଔଷଧି ଅଭିଯାନ ଆଜି ଅତି ଗରିବରୁ ଗରିବ ଲୋକର ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଛି, ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଜୀବନ ପାଇଁ ଜନ ଔଷଧି ଏହାକୁ ଗ୍ରାମାଞ୍ଚଳଭିମୁଖୀ କରିବା ଉଚିତ ବୋଲି ସାମ୍ବାଦିକ ସ୍ଵରୂପ ଦାସ ନିଜ ବକ୍ତବ୍ୟରେ କହିଥିଲେ । ସମ୍ମିଳନୀରେ ଡାକ୍ତର ଅଶୋକ ମହାପାତ୍ର ଜନ ଔଷଧିର ଗୁଣବତ୍ତା ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିବା ବେଳେ ଲୋକଙ୍କ ପାଇଁ ଏହାୀ କେତେ ଉପଯୋଗୀ ତାହା ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଯୋଗଦେଇ ଜନ ଔଷଧିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧିର ଓଡ଼ିଶା ଶାଖା ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.