fbpx

ପାରିବାରିକ କଳହର ଅଭାବନୀୟ ପରିଣାମ, ୧୩ ମହଲା ଆପାର୍ଟମେଣ୍ଟରୁ ବିଲେଇକୁ ଫିଙ୍ଗିଲା ମାଲିକ

କୋଲକାତା: ଅଧିକାଂଶ ଲୋକମାନେ ଗୃହପାଳିତ ପଶୁ ଭାବେ ବିଲେଇ ରଖିବାକୁ ପସନ୍ଦ କରିଥାନ୍ତି । ଏପରି ଜଣେ ନିରୀହ ଜୀବ ପ୍ରତି କ୍ରୁରତା ପ୍ରଦର୍ଶନ କରିବା ବିଷୟରେ ଆମେ କେବେ ଚିନ୍ତା କରିପାରିବା ନାହିଁ । କିନ୍ତୁ କୋଲକାତାରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ପାରିବାରିକ କହଳରୁ ଜଣେ ବ୍ୟକ୍ତି ତା’ର ପୋଷା ବିଲେଇକୁ ହତ୍ୟା କରିଥିବା ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ସୂଚନାରୁ ପ୍ରକାଶ କୋଲକାତାର ଟାଙ୍ଗରା ପୋଲିସ ଷ୍ଟେସନ ଅଧିନ ଅଞ୍ଚଳରେ ଜଣେ ଦମ୍ପତ୍ତି ଜନୈକ ଆପାର୍ଟମେଣ୍ଟରେ ରହୁଥିଲେ । କୌଣସି କାରଣ ବଶତଃ ସେମାନଙ୍କ ମଧ୍ୟରେ ପାରିବାରିକ କହଳ ସୃଷ୍ଟି ହୋଇଥିଲା । ତେବେ ଝଗଡ଼ାଟି ଏତେ ଉଗ୍ର ରୂପ ନେଇଥିଲା ଯେ ବ୍ୟକ୍ତି ଜଣଙ୍କ କ୍ରୋଧିତ ହୋଇ ଘରେ ଥିବା ପୋଷା ବିଲେଇକୁ ୧୩ ମହଲାରୁ ତଳକୁ ଫୋପାଡ଼ି ଦେଇଥିଲେ । ଘଟଣାସ୍ଥଳରେ ବିଲେଇର ମୃତୁ୍ୟ ହୋଇଥିଲା । ଏନେଇ ତାଙ୍କ ପତ୍ନୀ ଫବିହା ହାଶମୀ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରିଥିଲେ । ପରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ସହ ପଶୁ କ୍ରୁରତା ଅଧିôନିୟମ ୧୯୬୦ର ଧାରା ଅନୁଯାୟୀ ପୋଲିସ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇ ନଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.