fbpx
BJD SKY
BJD SKY

(Video)‘ଯେପର୍ଯ୍ୟନ୍ତ ମୁଁ ଜୀବିତ, ଆସାମରେ ବାଲ୍ୟ ବିବାହ ହେବାକୁ ଦେବି ନାହିଁ’: ହିମନ୍ତ ସର୍ମା

BJD

ଦିସପୁର: ଆସାମରେ ମୁସଲିମ ବିବାହ ଏବଂ ଛାଡ଼ପତ୍ର ଆଇନ ରଦ୍ଦ ହେଲା ପରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା କ୍ରୋଧିତ ହୋଇ କହିଥିଲେ, ଯେପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି, ରାଜ୍ୟରେ ବାଲ୍ୟ ବିବାହକୁ ଅନୁମତି ଦେବେ ନାହିଁ ।

ବିଧାନସଭାରେ ମୁସଲିମ ବିବାହ ଏବଂ ଛାଡ଼ପତ୍ର ଆଇନ ରଦ୍ଦକୁ ନେଇ ହିମନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘କିଛି ଲୋକମାନେ ମୁସଲମାନ ଝିଅମାନଙ୍କୁ ବର୍ବାଦ ଏବଂ ଶୋଷଣ କରିବା ପାଇଁ ଦୋକାନ ଖୋଲି ବସିଛନ୍ତି । କିନ୍ତୁ ଏବେ ଏମିତି ହେବ ନାହିଁ । ମୁଁ ଏହି ଦୋକାନ ଗୁଡ଼ିକୁ ବନ୍ଦ ନକରିବା ପର୍ଯ୍ୟନ୍ତ ଆରାମରେ ବସିବି ନାହିଁ । ମୋ କଥା ଧ୍ୟାନ ଦେଇ ଶୁଣ ଯେପର୍ଯ୍ୟନ୍ତ ମୁଁ ଜୀବିତ ଅଛି ଆସାମରେ ବାଲ୍ୟ ବିବାହ ହେବାକୁ ଦେବି ନାହିଁ । ମୁଁ ରାଜନୈତିକ ସ୍ତରରେ ଚ୍ୟାଲେଞ୍ଜ କରୁଛି ଯେ ୨୦୨୬ ପୂର୍ବରୁ ଏହି ଦେକାନଗୁଡ଼ିକୁ ବନ୍ଦ କରିବି ।’

 
ନିକଟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ କ୍ୟାବିନେଟ୍ ମନ୍ତ୍ରୀ ଜୟନ୍ତ ମଲ୍ଲାବରୁଆ ମିଡ଼ିଆକୁ ସୂଚନା ଦେଇ କହିଥିଲେ ଯେ ମୁସଲିମ ବିବାହ ଏବଂ ଛାଡ଼ପତ୍ର ଆଇନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆମେ ସମାନ ନାଗରିକ ସଂହିତା ପ୍ରତି ପ୍ରଥମ ପାହାଚ ଚଢ଼ିଛୁ । ବର୍ତ୍ତମାନ ମୁସଲିମ ବିବାହ ଏବଂ ଛାଡ଼ପତ୍ର ସହ ଜଡ଼ିତ ସମସ୍ତ ମାମଲା ସ୍ପେସାଲ ମ୍ୟାରେଜ ଆକ୍ଟ ଅନ୍ତର୍ଗତ ସମାଧାନ ହେବ । କୌଣସି ମୁସଲିମ ବିବାହ କିମ୍ବା ଛାଡ଼ପତ୍ର ପଞ୍ଜିକୃତ ହେବ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ ମୁସଲିମ ବିବାହ ଏବଂ ଛାଡ଼ପତ୍ର ପ୍ରସଙ୍ଗରେ ଜିଲ୍ଲା କମିଶନର ଏବଂ ଜିଲ୍ଲା ରେଜିଷ୍ଟ୍ରାରଙ୍କ ଅଧିକାର ରହିବ । ଏଥିମଧ୍ୟରେ ରାଜ୍ୟରେ ମୁସଲିମ ମ୍ୟାରେଜ ଆଣ୍ଡ୍ ଡିଭର୍ସ ଆକ୍ଟ ଅନ୍ତର୍ଗତ କାର୍ଯ୍ୟ କରୁଥିବା ୯୪ ମସଲମାନ ରେଜିଷ୍ଟ୍ରାରଙ୍କୁ ପଦରୁ ହଟାଇ ଦିଆଯାଇଛି ଏବଂ ସେମାନଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ ମଧ୍ୟ ପଦକ୍ଷେପ ନେଇଛନ୍ତି ।

Get real time updates directly on you device, subscribe now.