fbpx

ଝାଡ଼ଖଣ୍ଡର ଏକମାତ୍ର କଂଗ୍ରେସ ସାଂସଦ ଗୀତା କୋଡା ଦଳ ଛାଡ଼ିଲେ, ବିଜେପିରେ ମିଶିଲେ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ଆଗକୁ ନିର୍ବାଚନ ଥିବାରୁ ଏବେଠାରୁ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଝାଡ଼ଖଣ୍ଡ କଂଗ୍ରେସର ଏକମାତ୍ର ସାଂସଦ ଗୀତା କୋଡା ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା କଂଗ୍ରେସ ଛାଡ଼ିବା ପରେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପିର ମୁଖ୍ୟ ବୁବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଶ୍ରୀମତୀ କୋଡା ପଦ୍ମ ଧରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୪ ଜଣ ବିଧାୟକ ନିଜ ନିଜର ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଅରୁଣାଚଳ ପ୍ରଦେଶରେ କଂଗ୍ରେସ ଓ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ର ଦୁଇଜଣ ଲେଖାଏଁ ବିଧାୟକ ପଦ୍ମ ଧରଥିଲେ । ୪ ଜଣ ବିଧାୟକ ସାମିଲ ହେବା ଫଳରେ ବିଜେପିର ସଦସ୍ୟ ସଂଖ୍ୟା ୫୩ରେ ପହଞ୍ଚି ଯାଇଥିଲା । କଂଗ୍ରେସ ବିଧାୟକ ନିନାନଙ୍ଗ ଏରିଙ୍ଗ, ଭାଙ୍ଗଲିନ ଲୋବାଙ୍ଗଡୋଙ୍ଗ ଓ ଏନପିପି ବିଧାୟକ ମୁଚ୍ଚୁ ମିଠୀ, ଗୋକର ବସର ଭାଜପାରେ ସାମିଲ ହୋଇଥିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.