fbpx

ଜାମିଆ ମସଜିଦ ଖୋଲିବାକୁ ବିଜେପିକୁ ଟାଗେର୍ଟ କଲେ ଅସଦୁଦ୍ଦିନ ଓବେସି;ଓବେସିଙ୍କ କଥାକୁ ଖଣ୍ଡନ କଲେ…

ଶ୍ରୀନଗର :ପୁଣି ଥରେ ବିଜେପିକୁ ଟାଗେର୍ଟ କଲେ ଅସଦୁଦ୍ଦିନ ଓବେସି । କାଶ୍ମୀରରେ ମଲ୍ଟିପ୍ଲେକ୍ସ ଖୋଲିବା ନେଇ ବିଜେପି କୁ କଲେ ଟାର୍ଗେଟ । ଶୋପୀୟା ଏବଂ ପୁଲୱାମାରେ ପ୍ରେକ୍ଷାଳୟ ଖୋଲିବା ପରେ ବିବାଦ ସୃଷ୍ଟି ହୋଇଛି । କାଶ୍ମୀରରେ ସିନେମାହଲ୍ ଖୋଲ।ଯାଉଛି ହେଲେ ବନ୍ଦ ପଡିଥିବା ମସଜିଦ କାହିଁକି ଖୋଲାଯାଉନି ? ଏନେଇ ପ୍ରଶ୍ନ କରିଛନ୍ତି ଓବେସି । ଶ୍ରୀନଗର ଜାମିଆ ମସଜିଦକୁ ଅନ୍ତତ ପକ୍ଷେ ମଧ୍ୟାହ୍ନ ସମୟରେ ବନ୍ଦ ନ କର।ଯାଉ ବୋଲି ଓବେସି କହିଛନ୍ତି । ତେବେ ଓବେସି ଲଗେଇଥିବା ସମସ୍ତ ଆରେପକୁ ଖଣ୍ଡନ କରିଛି ପୋଲିସ । ଓବେସି କହୁଥିବା କଥାରେ କୌଣସି ସତ୍ୟତା ନଥିବା କହିଛି ପୋଲିସ । ଏହା ସହ ଜାମିଆ ମସଜିଦର କର୍ମକର୍ତ୍ତା କହିଛନ୍ତି ଯେ , ଯେତେବେଳେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଯିବାରଥିଲା , ସେତେବେଳେ ମିରୱାଇଜ ମୋଲବି ଉମରୁ ଫାରୁକ୍ ଉପରେ ନଜର ରଖିବା ସହ ଜାମିଆ ମସଜିଦ ମଧ୍ୟ ବନ୍ଦ ରହିଥିଲା । ଏହାର ପରବର୍ତ୍ତୀ ସମୟରେ କୋଭିଡ କାରଣରୁ ଜାମିଆ ମସଜିଦ ସହ କାଶ୍ମୀରର ସମସ୍ତ ଛୋଟ ବଡ ମସଜିଦ ଗୁଡିକୁ ବନ୍ଦ କରି ଦିଆରେ ନଜର ରଖିବା ସହ ଜାମିଆ ମସଜିଦ ମଧ୍ୟ ବନ୍ଦ ରହିଥିଲା ।

ଏହାର ପରବର୍ତ୍ତୀ ସମୟରେ କୋଭିଡ କାରଣରୁ ଜାମିଆ ମସଜିଦ ସହ କାଶ୍ମୀରର ସମସ୍ତ ଛୋଟ ବଡ ମସଜିଦ ଗୁଡିକୁ ବନ୍ଦ କରି ଦିଆଯାଇଥିଲା । ତେବେ କିଛି ସପ୍ତାହ ପୂର୍ବରୁ ନମାଜ ପଢିବାକୁ ମସଜିଦ ଯିବା ଉପରେ କୌଣସି ରୋକଠୋକ ନଥିବା ମସଜିଦର କର୍ମକର୍ତ୍ତା କହିଛନ୍ତି । ବିଶେଷ କରି ଜୁମ୍ମା ସମୟରେ ନମାଜ ଉପରେ କୌଣସି କଟକଣା ଲାଗ।ଯାଇ ନାହିଁ ବୋଲି ସୂଚନା ଦେଇଛନ୍ତି । କିଛି ସମୟ ପୂର୍ବରୁ ସରକାରଙ୍କୁ ଅଳ୍ପ ଦିନ ପାଇଁ ମଦଜିଦ ବନ୍ଦ କରିବାକୁ ପଡିଥିଲା। ହେଲେ ଜୁମ୍ମା ସମୟରେ ନମାଜ କରିବା ସହ ୫ ରୁ ୬ ସପ୍ତାହ ହେଲାଣି ଜୁମ୍ମାର ନମାଜ ସହ ୫ଥର ନମାଜ ମସଜିଦରେ ପଢାଯାଉଛି । ତେବେ ପୋଲିସ କହିବା ମୁତାବକ ଶ୍ରୀନଗର ଜାମିଆ ମସଜିଦକୁ କୋଭିଡ ସମୟରେ କିଛି ଦିନ ଅସ୍ଥାୟୀ ରୂପେ ବନ୍ଦ ରଖାଯାଇଥିଲା ।

ଏହା ସହ ଆତଙ୍କୀ ଆକ୍ରମଣ ପାଇଁ କିଛି ଥର ବନ୍ଦ ରଖାଯାଇଥିଲା । ସମସ୍ତଙ୍କୁ ଏକ ସହ ସୁରକ୍ଷା ଦେବା ସମ୍ଭବ ନଥିଲା । ସେଥିପାଇଁ ମସଜିଦରେ କୌଣସି ଗଡବଡି ନ ହେଉ ସେଥି ପ୍ରତି ଧ୍ୟାନ ଦିଆଯାଇଥିଲା । ତେବେ ଜାତୀୟ ଗଣମାଧ୍ୟମ ସହ କଥା ବାର୍ତ୍ତା ବେଳେ କାଶ୍ମୀର ଏସଏସପି ରାକେଶ ବଲବାଲ କହଛନ୍ତି ଯେ ଅସଦୁଦ୍ଦିନ ଓବେସି କହିଥିବା କଥାରେ କୌଣସି ସତ୍ୟତା ନାହିଁ । ଏପରି ଟିପ୍ପଣୀ କରି ସେ ଏଠାକାର ମାହୋଲ ଖରାପ କରିବାକୁ ଚାହୁଁଛନ୍ତି । ଏସଏସପି ଆହୁରି ମଧ୍ୟ କହିଛନ୍ତି ଯେ, ଏପରି ବୟାନ ଶୁଣି ଭ୍ରମିତ ହୁଅନ୍ତୁ ନାହିଁ । ଏହା ସହ ଜାମିଆ ମସଜିଦ ଉପରେ କୌଣସି କଟକଣା ନଥିବା ଏସଏସପି କହିଛନ୍ତି ।

Get real time updates directly on you device, subscribe now.