fbpx

୧୯ ବର୍ଷ ବୟସରେ ଜିପଟୋ କମ୍ପାନୀ ମୁଖ୍ୟ ହେଲେ ଭାରତର ସର୍ବକନିଷ୍ଠ ଧନୀ

ମୁମ୍ବାଇ: ଆଇଆଇଏଫ୍‌ଏଲ୍ ହୁରୁନ୍ ଧନୀ ତାଲିକା ୨୦୨୨ ବୁଧବାର ପ୍ରକାଶ ପାଇଛି। ଏଥିରେ ସାମିଲ ଅଛନ୍ତି ଦେଶର ସବୁଠୁ କନିଷ୍ଠତମ ଧନୀ ୧୯ ବର୍ଷିୟ ‘କୈବଲ୍ୟ ଭୋରା’। ଯିଏ ଷ୍ଟାର୍ଟଅପ୍ ଡେଲିଭରୀ କମ୍ପାନୀ ‘ଜିପଟୋ’ର ସହ ପ୍ରତିଷ୍ଠାତା ତାଙ୍କ ସହିତ ‘ଅଦିତ ପାଲିଚା’ ମଧ୍ୟ କନିଷ୍ଠତମ ଧନୀ ତାଲିକାରେ ସାମିଲ ଅଛନ୍ତି। ଦୁହେଁ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅଧାରୁ ପାଠପଢା ଛାଡ଼ିଥିଲେ। କୈବଲ୍ୟ ଏବଂ ଆଦିତ ୨୦୨୧ରେ ‘ଜିପଟୋ’ ଆରମ୍ଭ କରିଥିଲେ ।

ହୁରୁନ୍ ରିପୋର୍ଟ ଅନୁଯାୟୀ ୯୦ ଦଶକରେ ଜନ୍ମ ଗ୍ରହଣ କରିଥିବା ୧୩ ଜଣ ଏହି ଧନୀ ତାଲିକାରେ ସ୍ଥାନ ପାଇଛନ୍ତି। ସେଥିରେ କୈବଲ୍ୟ ପ୍ରଥମ ସ୍ଥଅନରେ ରହିଛନ୍ତି। ଦୁହେଁ ମାତ୍ର ୧୯ ବର୍ଷ ବୟସର। ଏତେ କମ୍ ବୟସରେ ନିଜର ଗ୍ରୋସରୀ ଅନ୍‌ଲାଇନ୍ ପ୍ଲାର୍ଟଫର୍ମ ଜିପଟୋରୁ ସପଳତା ହାସଲ କରିଛନ୍ତି। ଯାହା ପ୍ରତ୍ୟେକଙ୍କର ସ୍ୱପ୍ନ ରହିଥାଏ। ଆଜିର ଦିନରେ ଏହି କମ୍ପାନୀ ପ୍ରାୟ ୯୦୦ ମିଲିୟନ ଡଲାରର ଅଟେ।

କୈବଲ୍ୟଙ୍କର ମୋଟ୍ ସମ୍ପତି ୧୦୦୦ ହଜାର କୋଟି। ସେ ଏହି ତାଲିକାରେ ୧,୦୩୬ରେ ଅଛନ୍ତି। ଅନ୍ୟପଟେ ପାଲିଚା ୧,୨୦୦ କୋଟି ସମ୍ପତି ସହିତ ୯୫୦ ନମ୍ବରରେ ଅଛନ୍ତି। ଜିପଟୋ ହେଉଛି ଭାରତର ଦୃତ ଅଭିବୃଦ୍ଧି କରୁଥିବା ଇ-ଗ୍ରୋସରୀ କମ୍ପାନୀ। ଯାହାକି ଏହାର ସାମ୍ପ୍ରତିକ ସିରିଜ୍-ଡି କମ୍ବିନେଟର କଣ୍ଟିନ୍ୟୁଟି, କେସିଆର ସ୍ଥାୟୀ, ନକ୍ସସ୍ ଭେଞ୍ଚର ପାର୍ଟନର୍ସ, ଗ୍ଲେଡ୍ ବ୍ରୁକ୍ କ୍ୟାପିଟାଲ୍ ଏବଂ ଲାଚି ବର ସମେତ ୨୦୦ ମିଲିୟନ୍ ଡଲାରର ମାର୍କେଡ୍ ଗ୍ଲୋବାଲ୍ ନିବେଶକଙ୍କ ଠାରୁ ୨୦୦ ମିଲିୟନ୍ ଡଲାରର ପାଣ୍ଠି ସଂଗ୍ରହ କରିଛି।

ମୁମ୍ବାଇ ଅବସ୍ଥିତ ଏହି କମ୍ପାନୀ ‘ଜେପ୍ଟୋ’ ଦେଶର ୧୦ ଟି ପ୍ରମୁଖ ସହରରେ ୧୦୦୦ ରୁ ଅଧିକ କର୍ମଚାରୀଙ୍କ ସହିତ ଉପସ୍ଥିତ ଅଛି ଏବଂ ୩୦୦୦ ରୁ ଅଧିକ ଉତ୍ପାଦ ବିତରଣ କରିଥାଏ। ଏହି କମ୍ପାନୀ ମାତ୍ର ୧୦ ମିନିଟ୍‌ରେ ତାଜା ଫଳ ଏବଂ ପନିପରିବା, ଦୈନିକ ରନ୍ଧନ ସାମଗ୍ରୀ, ଦୁଗ୍ଧ, ସ୍ୱାସ୍ଥ୍ୟ – ଏବଂ ସ୍ୱଚ୍ଛତା ଉତ୍ପାଦ ଇତ୍ୟାଦି ଡେଲିଭରି ପ୍ରଦାନ କରିଥାଏ। ଗ୍ରୋସରୀ ବ୍ୟତିତ ‘ଜିପଟୋ’ କାଫେ ସେବା ମଧ୍ୟ ପ୍ରଦାନ କରୁଛି। ଏହା କଫୀ, ଚା ଭଳି ଅନ୍ୟ କାଫେ ଆଇଟମ୍ ମଧ୍ୟ ଡେଲିଭରୀ କରୁଛି।

ଅନ୍ୟପଟରେ ୩୭ ବର୍ଷିୟ ନେହା ନରଖେଡ୍ ଦେଶର ସର୍ବକନିଷ୍ଠ ସ୍ୱପ୍ରତିଷ୍ଠିତ ମହିଳା ଧନୀ ହୋଇପାରିଛନ୍ତି। ହୁରୁନ୍ ରିପୋର୍ଟ ଅନୁଯାୟୀ ଅଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଅଦାନୀ ଭାରତର ଧନୀ ତାଲିକାରେ ଶିର୍ଷରେ ରହିଛନ୍ତି। ଅଦାନୀଙ୍କ ସମ୍ପତିରେ ଏକ ବର୍ଷ ମଧ୍ୟରେ ପ୍ରାୟ ୧୧୬% ବୃଦ୍ଧି ପାଇଛି। ତାଙ୍କର ସମ୍ପତି ବର୍ତ୍ତମାନ ୧୦.୯୪ ଲକ୍ଷ କୋଟି ଅଟେ। ୭.୯୪ ଲକ୍ଷ କୋଟି ସହିତ ରିଲିଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.