fbpx

ବ୍ୟାଙ୍କ FD ଧାରକମାନଙ୍କ ପାଇଁ ବଡ଼ ଖବର: ଏଣିକି ଆପଣଙ୍କୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ ଏଫଡି କରିବା ପାଇଁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେଠାରୁ ପ୍ରାଇଭେଟ ସେକ୍ଟର ବ୍ୟାଙ୍କର ଗ୍ରାହକମାନେ ସ୍ଥିର ଜମା ହାର ଉପରେ ଅଧିକ ସୁଧର ଲାଭ ପାଇବେ । ତେବେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏଫଡିର ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କର ନୂତନ ହାର ୧୯ ସେପ୍ଟେମ୍ବର ସୋମବାର ଠାରୁ ଲାଗୁ ହୋଇଛି ।

ସୁଧ ହାର କେତେ ବଢ଼ିଛି ?
୨ ରୁ ୧୦ ବର୍ଷ ମଧ୍ୟରେ ପରିପକ୍ୱ ସ୍ଥିର ଜମା ହାର ବୃଦ୍ଧି କରିବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ବ୍ୟାଙ୍କ ସୁଧ ହାରକୁ ୧୦ ଆଧାର ପଏଣ୍ଟ ବୃଦ୍ଧି କରିଛି ।

କେତେ ମିଳିବ ସୁଧ:-
୭ ରୁ ୧୪ ଦିନ – ୨.୫୦ ପ୍ରତିଶତ
୧୫ ରୁ ୩୦ ଦିନ – ୨.୬୫ ପ୍ରତିଶତ
୩୧ ରୁ ୪୫ ଦିନ – ୩.୨୫ ପ୍ରତିଶତ
୪୬ ରୁ ୯୦ ଦିନ – ୩.୨୫ ପ୍ରତିଶତ
୯୧ ରୁ ୧୨୦ ଦିନ – ୩.୭୫ ପ୍ରତିଶତ
୧୨୧ ରୁ ୧୭୯ ଦିନ – ୩.୭୫ ପ୍ରତିଶତ
୧୮୦ ଦିନ – ୫%
୧୮୧ ରୁ ୨୬୯ ଦିନ – ୫ ପ୍ରତିଶତ
୨୭୦ ଦିନ – ୫ ପ୍ରତିଶତ
୨୭୧ ରୁ ୩୬୩ ଦିନ – ୫ ପ୍ରତିଶତ
୩୬୪ ଦିନ – ୫.୨୫ ପ୍ରତିଶତ
୩୬୫ ଦିନ ୩୮୯ ଦିନ – ୫.୭୫ ପ୍ରତିଶତ
୩୯୦ ଦିନ – ୬ ପ୍ରତିଶତ
୩୯୧ ଦିନ – ୬ ପ୍ରତିଶତ
୨୩ ମାସ – ୬.୧୦ ପ୍ରତିଶତ
୩ ବର୍ଷରୁ ୧୦ ବର୍ଷ – ୬.୧୦ ପ୍ରତିଶତ

ତେବେ ଆଜିର ସମୟରେ ସମସ୍ତ ପ୍ରମୁଖ ସରକାରୀ ଏବଂ ବେସରକାରୀ ବ୍ୟାଙ୍କର ଗ୍ରାହକମାନେ ଅଧିକ ସୁଧର ଲାଭ ପାଉଛନ୍ତି । ଏହା ସହିତ ନିବେଶ ପାଇଁ ଏଫଡି ଏକ ବହୁତ ଭଲ ଯୋଜନା । ଏଥିରେ ଆପଣ ନିଶ୍ଚିତ ସୁଧର ଫାଇଦା ମିଳିବ ।

Get real time updates directly on you device, subscribe now.