fbpx

ଆଶ୍ରମ ସ୍କୁଲରେ ମହିଳା ରୋଷେୟାଙ୍କୁ ଯୌନ ନର୍ଯାତନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

କରଞ୍ଜିଆ (ଭାସ୍କର ନ୍ୟୁଜ): କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରିଂ ଗ୍ରାମରେ ଥିବା ବୋରିଂ ଆଶ୍ରମ ସ୍କୁଲରେ ଜଣେ ମହିଳା ରୋଷେୟାଙ୍କୁ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଉକ୍ତ ମହିଳା ଜଣକ ବିଧବା ହେଇଥିବାରୁ ସ୍କୁଲରେ ରୋଷେୟା ଭାବେ କାମ କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି । ଏହି ସୁଯୋଗର ଫାଇଦା ଉଠାଇ ଏବଂ ମହିଳା ଜଣଙ୍କୁ ଡରାଇ, ଧମକାଇ ପ୍ରଧାନ ଶିକ୍ଷକ ବିଷ୍ଣୁ ମୋହନ ସେନାପତି ଦୀର୍ଘ ମାସେ ଦେଢ଼ ମାସ ହେବ ଯୌନ ଶୋଷଣ କରି ଆସିଥିଲେ । ଚାକିରିରୁ ବାହାର କରିଦେବା, ଅନ୍ୟତ୍ର ବଦଳି କରିଦେବା, ରେଗୁଲାର କରାଇ ନ ଦେବା ଓ ଦରମା ବନ୍ଦ କରିଦେବା ଭଳି ଡର ଦେଖାଇ ନିରନ୍ତର ନିର୍ଯାତନା ଦେଇଆସୁଥିବା ଜଣାପଡ଼ିଛି ।

ପ୍ରତ୍ୟେକ ରାତ୍ରିରେ ସମସ୍ତେ ଶୋଇ ସାରିବା ପରେ ବିଷ୍ଣୁ ଚରଣ ସେନାପତି ଉକ୍ତ ମହିଳାଙ୍କୁ ଫୋନ କରି ନିଜ ଶୟନ କକ୍ଷକୁ ଡାକନ୍ତି ଓ ତାଙ୍କୁ ଦୁଷ୍କର୍ମ କରନ୍ତି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି । ପୀଡିତା ନିଜର ଅଭିଯୋଗ ଜିଲ୍ଲାପାଳ ମୟୂରଭଞ୍ଜ, ଆଇ ଟିଡିଏପିଏ, କରଞ୍ଜିଆ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ପାଖକୁ ଡାକ ଯୋଗେ ପ୍ରେରଣ କରିଥିଲେ । ଠାକୁରମୁଣ୍ଡା ପୋଲିସ ପ୍ରଧାନଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଥିବା ଠାକୁରମୁଣ୍ଡା ଥାନା ପକ୍ଷରୁ ସୂଚନା ମିଳିଛି । ରବିବାର ପୀଡିତାକୁ କରଞ୍ଜିଆ ଡାକ୍ତରଖାନାକୁ ଡାକ୍ତରିମାଇନା ପାଇଁ ଆଣିଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ସେମାବାର କୋର୍ଟ ଚାଲାଣ କରାଯିବ ବୋଲି ଠାକୁରମୁଣ୍ଡା ଥାନାଧିକାରିଣୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.