fbpx

ଆଜି କଳାହାଣ୍ଡି ବନ୍ଦ

ଭବାନୀପାଟଣା(ଓଡ଼ିଶା ଭାସ୍କର): ପଛୁଆ ବର୍ଗ ସମୂହ ପକ୍ଷରୁ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଛୁଆ ବର୍ଗ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୋଧରେ ପଛୁଆବର୍ଗ ଜାତି ସମୂହ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଆଜି ପ୍ରଦର୍ଶନ କରାଯିବ । ଦୋକାନବଜାର, ଗାଡ଼ିମୋଟର, ସରକାରୀ, ବେସରକାରୀ ଅନୁଷ୍ଠାନ ଏହି ପରିପ୍ରେକ୍ଷୀରେ ବନ୍ଦ ରହିବ । ଭବାନୀପାଟଣାରେ ବଣିକ ସଂଘ ବନ୍ଦକୁ ସମର୍ଥନ କରୁନଥିବାରୁ ବଜାର ଖୋଲା ରହିବ ।

Get real time updates directly on you device, subscribe now.