fbpx

ସଂକଟରେ ପଡିଛି ଶ୍ରୀଲଙ୍କା, ଭାରତକୁ ମାଗିବ ୫୦ କୋଟି ଡଲାର ଋଣ

କଲମ୍ବୋ: ଶ୍ରୀଲଙ୍କା ବୈଦେଶିକ ମୁଦ୍ରାଭଣ୍ଡାର ଏବେ ସଂକଟରେ ପଡିଛି । ଫଳରେ ତୈଳ ଆମଦାନୀ ନିମନ୍ତେ ପୈଠ ଲାଗି ଏବେ ବୈଦେଶିକ ମୁଦ୍ରାର ଅଭାବ ଦେଖା ଦେଇଛି । ଏଣୁ ଭାରତ ସରକାରଙ୍କୁ ଋଣ ନିବେଦନ କରିବେ ବୋଲି ସୂଚନା ମିଳୁଛି । ତୈଳ ବାବଦ ପୈଠ ନିମନ୍ତେ ଶ୍ରୀଲଙ୍କାକୁ ଅନୁନ୍ୟ ୫୦ କୋଟି ଡଲାରର ଆବଶ୍ୟକତା ରହିଛି । ଏଣୁ ପ୍ରସ୍ତାବକୁ ମଞ୍ଜୁରି ନିମନ୍ତେ କ୍ୟାବିନେଟରେ ଉପସ୍ଥାପନ କରିବେ ବୋଲି ଶ୍ରୀଲଙ୍କା ଶକ୍ତିମନ୍ତ୍ରୀ ଉଦୟ ଗମ୍ମନ ପିଲା ଶନିବାର କହିଛନ୍ତି ।

ମନ୍ତ୍ରୀମଣ୍ଡଳ ତୈଳ ଆମଦାନୀ ନିମନ୍ତେ ପୂର୍ବରୁ ୩.୬ ବିଲିୟନ ଡଲାର ଋଣ କରିବାକୁ ମଞ୍ଜୁରି ଦେଇସାରିଛନ୍ତି । ଏହି ରାଶି ଓମାନରୁ ଋଣ କରାଯିବ । ଦେଶରେ ବୈଦେଶିକ ମୁଦ୍ରା ସଂକଟରେ ବୈଶ୍ୱିକ ବଜାରରେ ଅଶୋଧିତ ତୈଳର ଉଚ୍ଚ ଦର ଏବେ ସମସ୍ୟାର କାରଣ ପାଲଟିଛି । ଦେଶରେ ଇନ୍ଧନର ବର୍ତ୍ତମାନ ଉପଲବ୍ଧତା ନେଇ ଏବେ କୌଣସି ଗ୍ୟାରେଣ୍ଟି ଦିଆଯାଇ ନ ପାରେ ବୋଲି ଗମ୍ମନ ପିଲା କିଛି ଦିନ ପୂର୍ବରୁ କହିଥିଲେ । ଏ ନେଇ ଯାହାବି କିଛି ଜାନୁୟାରୀ ୨୦୨୨ ପରେ କୁହାଯାଇପାରିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.