fbpx

“ସ୍ପୁଟନିକ୍‌-ଭି’ରେ ଏଚ୍‌ଆଇଭି ବିପଦ ଥିବା ସନ୍ଦେହ: ଟିକା ନେବାକୁ ମନା କଲେ ୨ ଦେଶ

ମସ୍କୋ,: ମହାମାରୀ କରୋନାକୁ ପ୍ରତିହତ କରିବାକୁ ଋଷ୍‌ର ଗାମେଲିଆ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟିକା “ସ୍ପୁଟନିକ୍‌-ଭି’କୁ ନେଇ ଏକ ଚାଞ୍ଚଳ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସ୍ପୁଟନିକ୍‌-ଭିରେ ଏଚ୍‌ଆଇଭି ବିପଦ ଥିବା ଅଭିଯୋଗ ଆଣି ଦକ୍ଷିଣ ଆଫ୍ରିକା ଏହି ଟିକାକୁ ବର୍ଜନ କରିଥିବା ବେଳେ ଏବେ ଏହାର ପଡ଼ୋଶୀ ରାଷ୍ଟ୍ର ନାମ୍ବିଆ ମଧ୍ୟ ଏହି ଟିକାକୁ ଗ୍ରହଣ କରିବାକୁ ମନା କରିଦେଇଛି । ଅଧ୍ୟୟନ ସମୟରେ ଏପରି ତଥ୍ୟ ସାମ୍ନାକୁ ଆସିଥିବା ଏହି ୨ ଦେଶ ଦାବି କରିଛନ୍ତି ।

ସ୍ପୁଟନିକ୍‌-ଭି ନେଇଥିବା ପୁରୁଷଙ୍କ କ୍ଷେତ୍ରରେ ଏଚ୍‌ଆଇଭି ସଂକ୍ରମଣ ଆଶଙ୍କା ରହିଛି ବୋଲି ଦକ୍ଷିଣଆଫ୍ରିକା ଆଶଙ୍କା ବ୍ୟକ୍ତ କରି ରୋକ୍‌ ଲଗାଇଛି । ଏହି ଖବର ପ୍ରଚାରିତ ହେବା ପରେ ନାମ୍ବିଆ ମଧ୍ୟ ଏହି ଟିକା ବ୍ୟବହାରକୁ ତୁରନ୍ତ ବନ୍ଦ କରିଦେଇଛି । ଏନେଇ ନାମ୍ବିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ପୁଟନିକ୍‌ ଭି ଗ୍ରହଣ କରିଥିବା ପୁରୁଷମାନେ ଏଚ୍‌ଆଇଭି ସଂକ୍ରମିତ ହେବାର ଆଶଙ୍କା ଅଧିକ ହୋଇପାରେ ବୋଲି ନାମ୍ବିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନାମ୍ବିଆକୁ ସର୍ବିଆ ୩୦,୦୦୦ ସ୍ପୁଟନିକ୍‌ ଭି ଡୋଜ ବିତରଣ କରିଥିଲା । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ୧୨୦ ରୁ କମ୍‌ ବ୍ୟବହୃତ ହୋଇଛି ।

ଅନ୍ୟପକ୍ଷରେ ରୁଷର ଗାମେଲିଆ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି । ଉକ୍ତ ଟିକା ୭୦୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଉପରେ କ୍ଲିନିକାଲ ଟ୍ରାଏଲ କରାଯାଇଛି । ତେବେ କାହାକ୍ଷେତ୍ରରେ ବି ଏଚ୍‌ଆଇଭି ସଂକ୍ରମଣ ନେଇ ରିପୋର୍ଟ ଆସି ନଥିଲା ବୋଲି କୁହାଯାଇଛି ।

Get real time updates directly on you device, subscribe now.