fbpx

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବେ ଅଶୋକ ଗେହଲଟ: କିଏ ହେବେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କୁ ନେଇ ଜାରି ରହିଥିବା ସବୁ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି । ଖୁବଶୀଘ୍ର ନାମାଙ୍କନ ଲଢ଼ିବା ନେଇ ମଧ୍ୟ ସେ କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତିକୁ ଦେଖି ଏହା ଜରୁରୀ ଯେ ବିରୋଧୀ ମଜବୁତ ହୁଅନ୍ତୁ ।

ଏହା ସହ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବା ପ୍ରଶ୍ନରେ ସେ କହିଥିଲ ଯେ ଯଦି ମୁଁ ଅଧ୍ୟକ୍ଷ ହେଉଛି ତେବେ ପରବର୍ତ୍ତୀ ପ୍ରକ୍ରିୟା ଉପରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ଅଜୟ ମାକନ ନିଷ୍ପତ୍ତି ନେବେ । ଅଶୋକ ଗେହଲଟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କୁ ଅନେକ ଥର ଅପିଲ କରିଛି ଯେ ସେ ସମସ୍ତଙ୍କ କଥା ମାନି ଅଧ୍ୟକ୍ଷ ହୁଅନ୍ତୁ । କିନ୍ତୁ ସେ ସ୍ପଷ୍ଟ ମନା କରିଥିଲେ ଯେ ଗାନ୍ଧୀ ପରିବାରର କେହିବି ବ୍ୟକ୍ତି ଅଧ୍ୟକ୍ଷ ହେବେ ନାହିଁ ।

ଏହା ପୂର୍ବରୁ ଅଶୋକ ଗେହଲଟ କହିଥିଲେ ଯେ ଏହା ଏକ ଖୋଲା ନିର୍ବାଚନ । ଏହାକୁ କେହି ବି ଲଢ଼ିପାରିବେ । ଏହାଉପରେ ସୋନିଆ ଗାନ୍ଧୀ ମଧ୍ୟ ସ୍ପଷ୍ଟ କହିଥିଲେ ଯେ ପାର୍ଟୀର ଅଧ୍ୟକ୍ଷ ପଦର ନିର୍ବାଚନ ସ୍ୱତନ୍ତ୍ର ଏବଂ ନିରପେକ୍ଷ ହେବ, ସେ କୌଣସି ବ୍ୟକ୍ତିଗତ ସ୍ୱୀକୃତି ଦେବେ ନାହିଁ ।

Get real time updates directly on you device, subscribe now.