fbpx

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେନି ଅଶୋକ ଗେହଲଟ: ସୋନିଆ ଗାନ୍ଧୀଙ୍କୁ ଭେଟି ମାଗିଲେ କ୍ଷମା

ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାକୁ ଜାରି ରହିଥିବା ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତକାର କରିଛନ୍ତି । ଏହି ବୈଠକ ପ୍ରାୟ ୧: ୩୦ ମିନିଟ୍ ଧରି ଚାଲିଥିଲା । ବୈଠକ ପରେ ଅଶୋକ ଗେହଲଟ ଘୋଷଣା କରିଛନ୍ତି ଯେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ ନାହିଁ । ଏତିକି ନୁହେଁ ସେ କହିଛନ୍ତି ଯେ ରାଜସ୍ଥାନରେ ଯାହାବି କିଛି ହେଉଛି ଏଥିପାଇଁ ସେ ବହୁତ୍ ଦୁଃଖି ଅଛନ୍ତି, ସେ ମର୍ମାହତ । ଏଥିପାଇଁ ସେ ସୋନିଆ ଗାନ୍ଧୀଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି ।

ସୋନିଆଙ୍କୁ ଭେଟିବା ପରେ ଅଶୋକ ଗେହଲଟ କହିଛନ୍ତି ଯେ ଗତ ୫୦ ବର୍ଷରୁ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ହିଁ ମୁଁ କଂଗ୍ରେସରେ ଏକ ସଚ୍ଚୋଟ ସିପାହୀ ଭଳି କାମ କରିଆସୁଛି । ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ନିଭାଇଛି । ଅଶୋକ ଗେହଲଟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେତେବେଳେ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ, ଯେତବେଳେ ମୁଁ ତାଙ୍କ ସହ ସାକ୍ଷାତ ପରେ ନିଷ୍ପତ୍ତି କରିଥିଲି ଯେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବି । ଏହାପରେ ରାଜସ୍ଥାନରେ ଯେଉଁ ଘଟଣା ଘଟିଲା ତାହା ମତେ ସ୍ତବ୍ଧ କରିଦେଇଛି । ସମଗ୍ର ଦେଶକୁ ଏହି ବାର୍ତ୍ତା ମିଳିଥିଲା ଯେ ମୁଁ ମୁଖ୍ୟମନ୍ତ୍ରୀ ହୋଇ ରହିବାକୁ ଚାହୁଛି । ଏଥିପାଇଁ ମୁଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛି ।

ପ୍ରକୃତରେ ଆଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦରେ ଲଢ଼ିବାକୁ ଘୋଷଣା କରିବା ପରେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଥିଲା । ଏହାପରେ ଗେହଲଟ ଗ୍ରୁପର ବିଧାୟକମାନେ ଦଳମୁଖ୍ୟଙ୍କ ବିରୋଧରେ ଯାଇଥିଲେ । ୮୨ ବିଧାୟକ ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଥିଲେ ।

ସେପଟେ ରାଜସ୍ଥାନରେ ସତ୍ତାକୁ ନେଇ ଚାଲିଥିବା ଏହି ଡ୍ରାମା ମଧ୍ୟରେ ଦିଗବିଜୟ ସିଂହ ଏହା ଘୋଷଣା କରିଛନ୍ତି ଯେ ସେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବେ । ସେ ଶୁକ୍ରବାର ନାମାଙ୍କନ ଭରିବେ ।

Get real time updates directly on you device, subscribe now.