fbpx

ଟି -୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟକା, ବାଦ୍ ପଡ଼ିଲେ ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ କୁ ଆଉ କିଛି ସପ୍ତାହ ବାକି ଥିବା ବେଳେ ଭାରତକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରା ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବୁମ୍ରା ଟିମ୍ କୁ ଫେରିଥିଲେ। କିନ୍ତୁ ଏବେ ସେ ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିଛନ୍ତି।

ପିଟିଆଇ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବ୍ୟାକ୍ ଷ୍ଟ୍ରେଚ୍ ଫ୍ରାକ୍ଚର୍ କାରଣରୁ ଏହି ମେଗା ଟୁର୍ଣ୍ଣାମେଣ୍ଟରୁ ବୁମ୍ରା ବାଦ୍ ପଡ଼ିଛନ୍ତି । ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳରେ ସାମିଲ ଥିଲେ । ଅଘାତ ସମସ୍ୟା ପାଇଁ ସେ ପ୍ରଥମ ମ୍ୟାଚ୍ ଖେଳି ନଥିଲେ। ଏବେ ଖବର ଆସୁଛି ଯେ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ସହ ବିଶ୍ୱକପ୍ ରୁ ମଧ୍ୟ ବାଦ୍ ପଡ଼ିଛନ୍ତି।

ଏହା ପୁର୍ବରୁ ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଆଘାତ ସମସ୍ୟା ପାଇଁ ବିଶ୍ୱକ୍ ସ୍କ୍ୱାଡ୍‌ରୁ ବାଦ୍ ଡ଼ି ସାରିଛନ୍ତି। ବୁମ୍ରା ବାଦ୍ ପଡ଼ିବା ପରେ ଷ୍ଟାଣ୍ଡବାଇ ଥିବା ମହମ୍ମଦ ସାମୀଙ୍କୁ ଦଳରେ ସ୍ଥାନ ମିଳିାରେ ଏବଂ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବରେ ରଖାଯାଇପାରେ। ଏଭଳି ଭାବରେ ଟିମ୍‌ରୁ ବାଦ୍ ଡିବା ଭାରତୀୟ ଦଳ ପାଇଁ ବଡ଼ ଝଟକା। ପିଟିଆଇ କହିଛି , ବିସିସିଆଇର ଜଣେ ଅଧୀକାରୀ ଏନେଇ ସୂଚନା ଦେଇଛନ୍ତି। ତେବେ ବିସିସିଆଇ ପକ୍ଷରୁ ଏନେଇ କୌଣସି ଅଧୀକାରିକ ସୂଚନା ପ୍ରଦାନ କରଯାଇ ନାହିଁ।

Get real time updates directly on you device, subscribe now.