ନିଆଁରେ ଘିଅ ଢ଼ାଳିଲେ ଅଶୋକ ପଣ୍ଡା, କହିଲେ ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତିଙ୍କର ନୁହନ୍ତି

କିଛି କହିପାରିବିନି ଯିଏ କହିଛନ୍ତି, ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ କହିପାରିବେ’ ଏହାର ଅର୍ଥ।

ଭୁବନେଶ୍ୱର: ‘ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍‌’ ନିଆଁରେ ଘିଅ ଢାଳିଲେ ଅଶୋକ ପଣ୍ଡା। କାଲି ବଦ୍ରି ପାତ୍ରଙ୍କ ପରେ ଆଜି ବରିଷ୍ଠ ନେତା ଅଶୋକ ପଣ୍ଡାଙ୍କ କଲେ ତେର୍ଚ୍ଛା ବାଣ।

କହିଲେ କିଛି କହିପାରିବିନି ଯିଏ କହିଛନ୍ତି, ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ କହିପାରିବେ’ ଏହାର ଅର୍ଥ।

ଅଶୋକ କହିଛନ୍ତି ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ, ୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ୍ ହେବାର ପ୍ରଶ୍ନ ଉଠୁ ନାହିଁ’।

ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି ବୋଲି କହିଛନ୍ତିି ଅଶୋକ ପଣ୍ଡା।

ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଲକ୍ଷ୍ମଣ। ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି। ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।

ଗତକାଲି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ ଦେଇଥିଲେ। କହିଲେ, ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ବିଜେଡିରେ ଦ୍ୱନ୍ଦ୍ୱ ବଢୁଛି ।

ଶୀର୍ଷ ନେତୃତ୍ୱ ପ୍ରତି ଆସ୍ଥା ସୃଷ୍ଟି କରିପାରୁନଥିବାରୁ ତଳସ୍ତରରେ କର୍ମୀମାନେ ଦଳ ଛାଡ଼ୁଛନ୍ତି ବୋଲି କହିଛନ୍ତି ବଦ୍ରି ପାତ୍ର ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ‘ଆଇଆମ ଡାଉନ୍ ବଟ୍ ନଟ୍ ଆଉଟ୍‌’ ଅର୍ଥ କଣ ମୁଁ ଜାଣେନି । ତାର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝିଥିବେ ।