fbpx

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଛନ୍ତି MCA ଛାତ୍ରୀ ଆଶ୍ରିତା: ପ୍ରାଥମିକ ତଦନ୍ତରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ଆଚାର୍ଯ୍ୟବିହାରରେ ଏମସିଏ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ୍ । ପ୍ରେମ ବ୍ୟାପାରକୁ ନେଇ ଆଶ୍ରିତା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ସୂଚନା ଅନୁସାରେ, ଆଶ୍ରିତା ଭଦ୍ରକ ଜିଲ୍ଲା ତାଙ୍କ ଗାଁ ତିହିଡିରେ ଜଣେ ପୁଅକୁ ପ୍ରେମ କରୁଥିଲେ । କିଛି ଦିନ ତଳେ ବ୍ରେକ୍-ଅପ୍ ହେବାରୁ ମାନସିକ ଚାପରେ ଥିଲେ । ସୁଇସାଇଡ୍ ନୋଟରେ ଆଶ୍ରିତା ଲେଖିଥିଲେ, ‘ବାପା-ମା ମୋତେ କ୍ଷମା କରିଦେବେ’ ।

ତେବେ ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଖୋଳତାଡ କରୁଛି। ସିଲ୍‌ ଥିବା ଘରକୁ ଖୋଲି ତଦନ୍ତ କରୁଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ସହ ସହିଦନଗର ଥାନା ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି । ଘର ଭିତରୁ ମିଳିଛି ଆଶ୍ରିତାଙ୍କ ମୋବାଇଲ ଫୋନ୍‌ ଓ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି, ‘ବାପା ମୋତେ କ୍ଷମା କରିଦେବେ । ମୋତେ ଆପଣମାନେ ବହୁତ ପାଠ ପଢାଇଛନ୍ତି । ମୁଁ ଆଉ ପାରୁନି ।’

ଅନ୍ୟପଟେ ସୁଇସାଇଡ୍‌ ନୋଟ୍‌ରେ କାହାର ନାଁ ଉଲ୍ଲେଖ ନାହିଁ। ଆଚାର୍ଯ୍ୟବିହାରରେ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀ ଏକ ଘରୋଇ ଇଞ୍ଜିନିୟରି କଲେଜରେ ଏମସିଏ ଛାତ୍ରୀ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Get real time updates directly on you device, subscribe now.