fbpx

ପୁଣି ସେନାକୁ ବଡ ସଫଳତା: ମୃତ୍ୟୁକୁ ଡରି ଆତ୍ମସମର୍ପଣ କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁଲଗାଓରେ ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଫଳରେ ୨ ଆତଙ୍କୀ ସେନା ସମ୍ମୁଖରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ଖବର ପାଇ ଆତଙ୍କବାଦୀଙ୍କୁ ଘେରିଥିଲେ ଭାରତୀୟ ସେନା । ଏହାପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନରେ ଏହି ବଡ ସଫଳତା ହାସଲ ହୋଇଛି ।

ସୂଚନା ଅନୁସାରେ, ଜମ୍ମୁ-କାଶ୍ମୀରରେ କୁଲଗାମସ୍ଥିତ ହଦୀଗାମ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ଭାରତୀୟ ସେନା ଖବର ପାଇଥିଲା । ଏହାପରେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦ ମାନଙ୍କୁ ଘେରିନେବା ସହ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ସୁରକ୍ଷା ବଳ ସହିତ ଜମ୍ମୁ-କାଶ୍ମୀର ପୋଲିସ ମଧ୍ୟ ସାଥ ଦେଇଥିଲା । ତେବେ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ଫେଲ ମାରିଛନ୍ତି ଆତଙ୍କବାଦୀ । ଶେଷରେ ନିଜ ଉଭୟ ଆତଙ୍କୀ ନୀଜ ଆମସମର୍ପଣ କରିଛନ୍ତି । ଏହାସହିତ ଉଭୟ ଆତଙ୍କବାଦଙ୍କ ନିକଟରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ, ହତିଆର ଏବଂ ଗୋଳା ବାରୁଦ ମଧ୍ୟ ଜବତ କରାଯାଇଛି ।

ତେବେ ଟ୍ୱିଟ କରି ଏ ନେଇ ସୁଚନା ଦେଇଛି କାଶ୍ମୀର ଜୋନ ପୋଲିସ । ଏହି ଗୁଳିବିନିମୟ ମଧ୍ୟରେସ୍ତାନୀୟ ଆତଙ୍କବାଦୀ ପୋଲିସ ଏବଂ ମାତା-ପିତାଙ୍କ କଥା ମାନି ନିଜ ଆତ୍ମସମର୍ପଣ କରିଛନ୍ତି । ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଙ୍ଗ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ଲଗାତାର ଏନକାଉଣ୍ଟର ଜାରି ରଖିଛି ।

Get real time updates directly on you device, subscribe now.