fbpx
BSKY SKY
BSKY SKY

ବାଲେଶ୍ୱରରୁ ଲଢ଼ିବେନି ଅଶ୍ୱିନୀ !

BSKY

ବାଲେଶ୍ୱର: ପୁଣି ଚର୍ଚ୍ଚାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱର ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଝାଡ଼େଶ୍ୱର ମନ୍ଦିର ପରିଦର୍ଶନ ସମୟରେ ସେ ଦିଅଁ ଦର୍ଶନ ସହ ମନ୍ଦିର ବେଢ଼ା ସଫା କରିଥିଲେ । ତେବେ ଅଶ୍ୱିନୀ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି । ସେ କହିଥିଲେ, ‘ମୁଁ ଲଢ଼ିବି ନାହିଁ, ଏଠାରେ ପ୍ରତାପ ଷଡ଼ଙ୍ଗୀ ଅଛନ୍ତି ।’
ରେଳମନ୍ତ୍ରୀ ଅଶ୍ୱିନୀ, ବାଲେଶ୍ୱର ରେଳ ଷ୍ଟେସନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ସହ ବାଲାଶ୍ୱର ପରିବର୍ତ୍ତେ ବାଲେଶ୍ୱର ଲେଖିବାକୁ ଡିଆରଏମଙ୍କୁ ନିର୍ଦ୍ଦେଶ ଦେିଥିଲେ । ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଦାନ କରିଥିଲେ ଏବଂ ଶେଷରେ AIIMS ସାଟେଲାଇଟ୍ ହସ୍ପିଟାଲ ଯାଇ ପରିଦର୍ଶନ କରିଥିଲେ ।

 

 

Get real time updates directly on you device, subscribe now.