fbpx

(See Video) ମାତାଲ୍ ASI ମହିଳାଙ୍କୁ ଏପରି କରୁଥିଲେ ଚେକିଂ, ଏବେ ଜେଲରେ ଘଣା ପେଲିବେ

ନୂଆଦିଲ୍ଲୀ: ମଦ୍ୟପ ଯୁବକଙ୍କୁ ଗିରଫ କରିବାକୁ ଯାଇ ନିଜେ ଜାଲରେ ପଡ଼ିଯାଇଛନ୍ତି ଜଣେ ପୋଲିସ ଏଏସଆଇ । କେତେ ଉକ୍ତ ପୋଲିସ ବାବୁ ଜଣଙ୍କ ମଦ ନିଶାରେ ଚୁର ହୋଇଥିବାରୁ ସ୍ଥାନୀୟ ଲୋକମାନେ ଏହାକୁ ଘୋର ବିରୋଧ କରିଥିଲେ । ବାବୁ ଜଣଙ୍କ ମାତାଲା ଅବସ୍ଥାରେ ଥାଇ ମହିଳାଙ୍କୁ ଚେକିଂ କରୁଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଉକ୍ତ ବାବୁଜଣଙ୍କୁ ଗିରଫ କରାଯାଇଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ଏହାର ଭିଡିଓ ଟ୍ୱିଟରରେ ଶେୟାର କରାଯାଇଛି ।

ଜଣାପଡ଼ିଛି ଯେ, ବିହାରର ଗୋପାଳଗଞ୍ଜ ଅଞ୍ଚଳରେ କିଛି ମଦ୍ୟପ ଯୁବକ ଏକ ଦୋକାନ ନିକଟରେ ହଙ୍ଗାମା କରୁଥିଲେ । ଏହି ସମୟରେ ଏଏସଆଇ ଚନ୍ଦ୍ରମା ରାମ ଉକ୍ତ ରାସ୍ତା ଦେଇ ଯାଉଥିଲେ । ଏହାପରେ ପୋଲିସ ବାବୁ ଗାଡ଼ିରୁ ଓହ୍ଲାଇ ମଦ୍ୟପ ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ତେବେ ବାବୁ ଜଣଙ୍କ ମଧ୍ୟ ମାତାଲ ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଘୋର ବିରୋଧ କରିଥିଲେ । ଇତିମଧ୍ୟରେ ଜଣେ ମଦ୍ୟପ ଯୁବକଙ୍କୁ ଧରିବା ପାଇଁ ପୋଲିସ ବାବୁ ତାଙ୍କ ଘରେ ପହଞ୍ଚିବା ସହ ମହିଳାଙ୍କ ପ୍ରତି ଅଭଦ୍ରାମି କରିଥିବା ଜଣାପଡ଼ିଥିଲା । ଉକ୍ତ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ସମସ୍ତ ଦୋକାନୀ, ବ୍ୟବସାୟୀ ଏକତ୍ରିତ ହୋଇ ଥାନା ପରିସରରେ ହଙ୍ଗାମା କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାକୁ ଯାଇ ଆରକ୍ଷୀ ଅଧିକ୍ଷକ ଏସଡିପିଓଙ୍କୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ମାତାଲ ଏଏସଆଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.