fbpx
BJD SKY
BJD SKY

କେନିୟାରେ ଭୟଙ୍କର ମରୁଡ଼ି! ସାମନାକୁ ଆସିଲା ବନ୍ୟଜୀବଙ୍କ ହୃଦୟଥରା ଫଟୋ

BJD

ନୂଆଦିଲ୍ଲୀ: କେନିୟା ବର୍ତ୍ତମାନ ମରୁଡ଼ିର ସ୍ଥିତି ଦେଇ ଗତି କରୁଛି । ଦେଶରେ ଜାରି ରହିଥିବା ମରୁଡ଼ିର ପ୍ରଭାବ ଏବେ ସେଠାକାର ଜିରାଫି ମାନଙ୍କ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଭୋକ-ଉପାସରେ ପ୍ରାଣ ହରାଇ ପଡ଼ିଥିବା କିଛି ଜିରାଫଙ୍କ ଫଟୋ ଏବେ ସାମନାକୁ ଆସିଛି । ଯାହା ଖୁବ୍ ଦୁଃଖଦାୟକ । ଏହି ଫଟୋ ସବୁକୁ ଏବେ ସୋସିଆଲ୍ ମିଡିଆରେ ଅଧିକରୁ ଅଧିକ ସେୟାର୍ କରାଯାଉଛି । ତେବେ କେନିୟାର ଉତ୍ତର-ପୂର୍ବ ସହର ୱଜୀରରେ ସାବୁଲି ବନ୍ୟଜୀବ ଅଭୟାରଣ୍ୟ ଭିତରେ ୬ଟି ଜିରାଫ ମୃତ ଭାବରେ ପଡ଼ିରହିଛନ୍ତି ।

ଏହି ଫଟୋ ସବୁ ଖାଦ୍ୟ ଓ ପାଣିର ଅଭାବରେ ଜିରାଫ ମାନେ ପ୍ରାଣ ହରାଇବା ପରେ ନିଆଯାଇଛି । ଏହି ଜିରାଫ ମାନେ ନିକଟରେ ଥିବା ଜଳାଶୟରୁ ପାଣି ପିଇବାକୁ ଚେଷ୍ଟା କରୁଥିଲେ । ସେଠାରେ ଖୁବ୍ କାଦୁଅ ଥିବାରୁ ସେଥିରେ ଫସି ଯାଇ ଏମାନଙ୍କର ମୃତ୍ୟୁ ହୋଇଯାଇଛି । କାଦୁଅ ସ୍ଥାନରୁ ଶବକୁ ଆଉ ଏକ ସ୍ଥାନକୁ ନିଆଯାଇ ଫଟୋ ଉଠାଯାଇଛି । ଜଳାଶୟର ପାଣିକୁ ଦୂଷିତ ହେବାକୁ ରକ୍ଷା କରିବା ପାଇଁ ଶବ ଗୁଡ଼ିକୁ ଅନ୍ୟତ୍ର ରଖାଯାଇଛି ବୋଲି ସୂଚନାରୁ ଜଣାପଡ଼ିଛି ।

ସୁଚନା ମୁତାବକ, ସେପ୍ଟେମ୍ବର ମାସରେ କେନିୟାରେ ସାମାନ୍ୟ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିଲା । ଯାହା ଫଳରେ ଉକ୍ତ ଅଞ୍ଚଳରେ ଭୟଙ୍କର ମରୁଡ଼ି ଲୋକଙ୍କୁ ସହିବାକୁ ପଡ଼ୁଛି । ବର୍ଷାର ଆଭବ ଏବେ ବନ୍ୟଜୀବଙ୍କ ଉପରେ ଖୁବ୍ ଗମ୍ଭୀର ଭାବେ ପଡ଼ିଥିବା ଦେଖାଯାଇଛି । ଗୃହପାଳିତ ବା ପାଳିତ ପଶୁଙ୍କ ତୁଳନାରେ ବନ୍ୟ ଜୀବଙ୍କ ଉପରେ ମରୁଡ଼ିର ପ୍ରଭାବ ଖୁବ୍ ପଡ଼ିଛି । କାରଣ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କ ଯତ୍ନ ନେବା କଷ୍ଟକର ।

Get real time updates directly on you device, subscribe now.