fbpx
BJD SKY
BJD SKY

ଇଣ୍ଡିଗୋ ପାସେଞ୍ଜର ଫ୍ଲାଇଟର କାର୍ଗୋ ଷ୍ଟାଫଙ୍କୁ ହଠାତ୍ ଆସିଲା ନିଦ, ପହଞ୍ଚିଗଲେ ଅନ୍ୟ ଏକ ଦେଶରେ…

BJD

ମୁମ୍ବାଇ : ଡିସେମ୍ବର ୧୨ ତାରିଖରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଜବ ଘଟଣା ଘଟିଯାଇଛି । ବିମାନ ବନ୍ଦରରେ ଇଣ୍ଡିଗୋର ମୁମ୍ବାଇ-ଆବୁଧାବି (ଇଣ୍ଡିଗୋ ଏୟାରଲାଇନ୍ସ) କୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିଲା । ଏହି ବିମାନରେ ଯାଉଥିବା ସମସ୍ତ ଯାତ୍ରୀମାନେ ସେମାନଙ୍କର ସାମଗ୍ରୀକୁ କାର୍ଗୋ କମ୍ପାର୍ଟମେଣ୍ଟରେ ରଖିଥିଲେ । ଏହି ସମୟରେ, ବିମାନ ଭିତରେ ଲଗେଜ୍ ରଖୁଥିବା ଲୋଡର୍ ହଠାତ୍ ଶୋଇପଡ଼ିଲେ । ସେ କାର୍ଗୋ କମ୍ପାର୍ଟମେଣ୍ଟରେ ହିଁ ଶୋଇଯାଇଥିଲେ । କାହାର ଧ୍ୟାନ ତାଙ୍କ ଉପରେ ପଡ଼ିନଥିଲା ଏବଂ ଗେଟ୍ ବନ୍ଦ କରିଦିଆଗଲା । ତା’ପରେ ବିମାନଟି ମୁମ୍ବାଇରୁ ଓହ୍ଲାଇ ଆବୁଧାବିରେ ଅବତରଣ କଲା।

ଅଧିକାରୀ ମାନେ କହିଛନ୍ତି ଯେ, କାର୍ଗୋର କବାଟ ବନ୍ଦ ଥିଲା । ବିମାନଟି ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ସେ ଉଠିଥିଲେ । ୟୁଏଇର ରାଜଧାନୀରେ ବିମାନ ଅବତରଣ କରିବା ପରେ ଆବୁଧାବି କର୍ତ୍ତୃପକ୍ଷ ଲୋଡରର ଡାକ୍ତରୀ ପରୀକ୍ଷା କରିଥିଲେ ଏବଂ ତାଙ୍କର ଶାରୀରିକ ଅବସ୍ଥା ସ୍ଥିର ଓ ସ୍ୱାଭାବିକ ଥିବା ଜଣାପଡିଥିଲା। ଡିଜିସିଏ ଅଧିକାରୀ କହିଛନ୍ତି ଯେ ଆବୁଧାବିରେ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ମଞ୍ଜୁର ପାଇବା ପରେ ତାଙ୍କୁ ସମାନ ବିମାନରେ ଯାତ୍ରୀ ଭାବରେ ମୁମ୍ବାଇ ପଠାଯାଇଥିଲା।

ତେବେ ଉଡ଼ାଇ ଭରିବା ପରେ ଯେତେବେଳେ ଇଣ୍ଡିଗୋ କର୍ମଚାରୀମାନେ ସେମାନଙ୍କ କର୍ମଚାରୀଙ୍କୁ ଗଣନା କରୁଥିଲେ, ସେତେବେଳେ ଗଣତିରେ ଜଣେ କର୍ମଚାରୀ କମ୍ ଥିଲେ । ଅନେକ ଚେଷ୍ଟା ପରେ ବି ତାଙ୍କୁ ଖୋଜି ପାଇନଥିଲା ଇଣ୍ଡିଗୋ ଇଣ୍ଡିଗୋ ଅଧିକାରୀମାନେ ଆବୁଧାବି ବିମାନବନ୍ଦରକୁ ଏହି ସୂଚନା ଦେଇଥିଲେ । ଯେତେବେଳେ ଆବୁଧାବି ବିମାନବନ୍ଦରର ଅଧିକାରୀମାନେ ସମଗ୍ର ଜାହାଜ ଯାଞ୍ଚ କରିଥିଲେ, ଅନୁସନ୍ଧାନରୁ ଜଣାପଡ଼ିଲା ଯେ ନିଖୋଜ ବ୍ୟକ୍ତି ଲଗେଜ୍ ରୁମ୍ ଭିତରେ ବସିଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା। ପଚରାଉଚରା ବେଳେ ଜଣାପଡିଥିଲା ଯେ ସେ ହଠାତ୍ ଜାହାଜରେ ଶୋଇପଡ଼ିଥିଲେ।

 

Get real time updates directly on you device, subscribe now.