fbpx

ବନ୍ଧା ହେଲେ ଲାଞ୍ଚୁଆ ASI, ୨ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

Advertisement

ଭୁବନେଶ୍ୱର : ବନ୍ଧା ହେଲେ ଲାଞ୍ଚୁଆ ଏଏସଆଇ । ନିଆଳି ଏଏସଆଇ ବିଜୟ କୁମାର ଭଞ୍ଜ ଗିରଫ । ୨ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ। ଏକ ମାମଲାରେ ଫସାଇ ଦେବାକୁ ଧମକ ଦେଇ ଲାଞ୍ଚ ନେଉଥିଲେ । ଗତକାଲି ASI ଅଭିଯୋଗକାରୀଙ୍କୁ ଡାକି ଟଙ୍କା ଦେବା ପାଇଁ ଦାବି କରିଥିଲେ ।

ଏହାପରେ ଅଭିଯୋଗକାରି ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି । ନିଆଳି ଥାନା ଏଏସଆଇ ବିଜୟ କୁମାର ଭଞ୍ଜଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ । ASIଙ୍କ ନିଆଳି ଭଡ଼ା ଘର ଓ ଖୋର୍ଦ୍ଧା ପୈତୃକ ଘରେ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାରି ରହିଛି ଚଢ଼ାଉ ।

Get real time updates directly on you device, subscribe now.