fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ସତ୍ୟପାଠ ଦାଖଲ କଲା ASI, ଅନୁମତି ଦେଇନଥିବା ନେଇ କହିଲା ଏଏସଆଇ

Advertisement

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଛି । ଏପଟେ ସୋମବାର ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ଶୁଣାଣିରେ ଏଏସଆଇ ମାମଲାର ସତ୍ୟପାଠ ଜାରିକରିଛି । ସତ୍ୟପାଠରେ ଏଏସଆଇ ବିନା ଅନୁମତିରେ ମନ୍ଦିର ଚାରିପାଖରେ କାମ ହେଉଥିବା ନେଇ ଦର୍ଶାଇଛି ।

ସେପଟେ ହାଇକୋର୍ଟ ଏଏସଆଇ ସତ୍ୟପାଠରେ ଅସନ୍ତୋଷ ଜାହିର କରିବା ସହ ବିସ୍ତୃତ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ଯୋଗୁଁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜୁନ୍ ୨୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ମେଘନାଦ ପାଚେରୀର ୧୦୦ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟକୁନେଇ କଥା ଲୋକସଭା ପର୍ଯ୍ୟନ୍ତ ଯାଇଥିଲା । ଏପରିକି କିଛି ଦିନ ପୂର୍ବେ ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀ ପୁରୀ ଶ୍ରୀମନ୍ଦିର ଆସୁଥିବାବେଳେ ବାଟରେ ତାଙ୍କୁ ପୋଲିସ ଅଟକାଇଥିଲା ।

ଏହାକୁ ନେଇ ରାଜନୀତି ସରଗରମ ହୋଇଉଠିଥିବାବେଳେ ଶେଷରେ ଶ୍ରୀମତୀ ଷଢ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ, ଏଏସ୍‌ଆଇ ଜାଣତରେ ପୁରୀ ଶ୍ରୀମନ୍ଦିର ନିକଟରେ କାମ ଚାଲୁଛି କିନ୍ତୁ ଏଏସ୍‌ଆଇ ଏନେଇ ଅନୁମତି ଦେଇନାହିଁ । ପୁରୀ ଶ୍ରୀମନ୍ଦିର ପରିସରରେ ଏଏସ୍‌ଆଇ କାର୍ଯ୍ୟାଳୟ ଥିବାବେଳେ ସେଠାରେ ବସୁଥିବା ବିଭାଗୀୟ ମୁଖ୍ୟ ନିରବ ରହିଛନ୍ତି । ଏନେଇ ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ଏଏସ୍‌ଆଇ ଉପରେ ପ୍ରବଳ ବର୍ଷିଥିଲେ ।

Get real time updates directly on you device, subscribe now.