fbpx

କିଏ ଏହି କିଶୋର ମହାନ୍ତି? : ଯାହାଙ୍କ ଆହ୍ୱାନରେ ସଂଗ୍ରହ ହେଲା ବିଜୁବାବୁଙ୍କ ଓଜନର ସହ ସମାନ ଓଜନର ରକ୍ତ

Advertisement

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଏବଂ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଅଞ୍ଚଳର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି । ତେଣୁ ବ୍ରଜରାଜନଗର ଉପରେ ସମସ୍ତଙ୍କ ନଜର । ହେଲେ କିଏ ଏହି କିଶୋର ମହାନ୍ତି ? କଣ ଥିଲା ତାଙ୍କ ରାଜନୈତିକ ଜୀବନ ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆସନ୍ତୁ ଜାଣିବା ଏହି ରିପୋର୍ଟରୁ ।

୧୯୮୪ ମସିହାରେ ଝାରସୁଗୁଡା ମୁନିସିପାଲଟିରୁ କାଉନସିଲର ଭାବେ ଜିତି ନିଜ ରାଜନୈତିକ ଯାତ୍ରାର ଆରମ୍ଭ କରିଥିଲେ କିଶୋର । ବିଜୁ ବାବୁଙ୍କ ଅତି ନିକଟତର ହୋଇଥିବାରୁ ୧୯୯୦ ବିଧାନସଭା ନିର୍ବାଚନରେ ସେ କିଶୋରଙ୍କୁ ଜନତା ଦଳ ପକ୍ଷରୁ ଝାରସୁଗୁଡ଼ା ବିଧାନସଭା ପାଇଁ ଟିକେଟ ଦେଇଥିଲେ । କିଶୋର ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ସିଧାସଳଖ ଅଧକ୍ଷ୍ୟ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। ୨୦୦୨ ମସିହାରେ କିଶୋର ମହାନ୍ତି ବିଜେଡି ଦଳ ପକ୍ଷରୁ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ଏବଂ ୨୦୦୪ ଶାସକ ଦଳର ମୁଖ୍ୟ ସଚେତକ ଦାୟିତ୍ବ ମିଳିଥିଲା । ଏହାପରେ ୨୦୦୮ ମସିହାରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ଵ ନେଇଥିଲେ କିଶୋର ମହାନ୍ତି।

କେବଳ ସେତିକି ନୁହେଁ, ୨୦୧୦ରେ କିଶୋର ମହାନ୍ତିଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିବା ବେଳେ ୨୦୧୫ରେ କିଶୋରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧକ୍ଷ୍ୟ ଭାବେ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ଵ ଦିଆଯାଇଥିଲା। ସେହପରି ୨୦୧୯ ବିଧାନସଭା ନର୍ବାଚନରେ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇ ଚତୁର୍ଥ ଥର ପାଇଁ ବିଧାନସଭା କୁ ଯାଇଥିଲେ କିଶୋର ମହାନ୍ତି । ଏହା ଥିଲା ପୂର୍ବତନ ବିଧାୟକ କିଶୋରଙ୍କ ରାଜନୈତିକ ଜୀବନ ।

ଓଡ଼ିଶାର ବିକାଶ ପାଇଁ ୧୩ ଜିଲ୍ଲା କୁ ୩୦ ଜିଲ୍ଲାରେ ପରିଣତ ହେବା ସମୟରେ ଝାରସୁଗୁଡ଼ାକୁ ଏକ ଜିଲ୍ଲା ଭାବେ ପରିଚୟ ଦେବାରେ କିଶୋର ମହାନ୍ତିଙ୍କର ଥିଲା ପ୍ରମୁଖ ଭୂମିକା । କିଶୋର ମହାନ୍ତି ଜଣେ ଏପରି ଲୋକ ପ୍ରିୟ ନେତା ଥିଲେ ତାହା ଏକ ଘଟଣାରୁ ଜଣାପଡେ। ତେବେ କିଶୋର ମହାନ୍ତିଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଅୟୋଜନ କରାଯାଇଛି । ଏହି ଶିବିରରେ ବିଜୁ ବାବୁଙ୍କ ଶରୀରର ଓଜନ ସହ ସମାନ ରକ୍ତ ସଂଗ୍ରହ କରାଯାଇଥିଲା। ଗତ ୨୦୨୧ ଡିସେମ୍ବରରେ ହୃଦଘାତ କାରଣରୁ ୬୩ ବର୍ଷ ବୟସରେ ବ୍ରଜରାଜନଗର ବିଧାୟକ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ କେବଳ ଝାରସୁଗୁଡ଼ା ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶା ପାଈଁ ଏକ ବଡ଼ କ୍ଷତି ଥିଲା । ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ସେଥିପାଇଁ ସାରା ରାଜ୍ୟର ନଜର ଏବେ ବ୍ରଜରାଜନଗରର ଉପନିର୍ବାଚନ ଉପରେ ରହିଛି ।

Get real time updates directly on you device, subscribe now.