fbpx

ପାଟନାରୁ ଚୋରି ହୋଇଥିବା ବୁଲେଟରେ ବୁଲୁଥିଲେ ASI, ଏବେ ସସପେଣ୍ଡ୍

ରାଞ୍ଚି,୨୫ ।୧୨: ଚୋରି ହୋଇଥିବା ବୁଲେଟରେ ବୁଲିବା ଏଏସଆଇଙ୍କୁ ପଡିଲା ମହଙ୍ଗା । ବୁଲେଟ୍ ଜବତ ହେବା ସହ ଚାଲିଗଲା ଚାକିରି । ତେବେ ବିହାରର ରାଜଧାନୀ ପାଟନାରୁ ଚୋରି ହୋଇଥିବା ଏକ ବୁଲେଟ ଉପରେ ସବାର ହୋଇ ଝାଡଖଣ୍ଡରେ ବୁଲୁଥିଲେ ଏଏସଆଇ । ଚୋରି ଗାଡିକୁ ବ୍ୟବହାର କରିବା ଅଭିଯୋଗରେ ମୁଫସିଲ ଥାନାରେ କାର୍ଯ୍ୟରତ ଏଏସଆଇଙ୍କୁ ନିଲମ୍ବନ କରାଯାଇଛି । ଚୋରି ହୋଇଥିବା ବୁଲେଟ୍ ପାଟନାର ଦିବାକର କୁମାରଙ୍କର ବୋଲି କୁହାଯାଉଛି ।

ସୂଚନା ମୁତବକ, ପାଟଣା ନିବାସୀ ଦିବାକର କୁମାରଙ୍କର ବୁଲେଟ୍ ପ୍ରାୟ ୫ ବର୍ଷ ତଳେ ଚୋରି ହୋଇଯାଇଥିଲା । ଏ ନେଇ ସେ ପାଟନା ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ କରିଥିଲେ । ଅନେକ ଦିନ ଧରି ଖୋଜା ଖୋଜି କରିବା ପରେ କୌଣସି ସୂଚନା ପାଇନଥିଲା ପୋଲିସ । ତେବେ ଦିବାକରଙ୍କୁ ଏହାର ସୂଚନା ସେତେବେଳେ ମିଳିଥିଲା ଯେତେବେଳେ ବୁଲେଟ୍ ସର୍ଭିସିଂ ପାଇଁ ଆସିଥିବା ବେଳେ ଚେଚିସ୍ ନମ୍ବରକୁ ଆଧାର କରି ଉକ୍ତ ସର୍ଭିସିଂ ସେଣ୍ଟରରୁ ତାଙ୍କୁ ଏକ ମେସେଜ୍ ଆସିଥିଲା ।

ଦୁମକାର ମୁଫସିଲ ଥାନାରେ କାର୍ଯ୍ୟରତ ପୋଲିସ ଏଏସଆଇ ଅଖଲାକ ଖାନ ସର୍ଭିସିଂ ପାଇଁ ବୁଲେଟକୁ ସର୍ଭିସିଂ ଏଜେନ୍ସିରେ ଦେଇଥିଲେ । କିନ୍ତୁ ସର୍ଭିସ ସେଣ୍ଟରରୁ ପଞ୍ଜିକୃତ ନମ୍ବର ଅର୍ଥାତ୍ ଦିବାକରଙ୍କ ନମ୍ବରକୁ ମେସେଜ ଯାଇଥିଲା । ଦିବାକର ଏସମ୍ପକରେ ପୋଲିସକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.