fbpx

ଏସିଆ କପର ମହା ମୁକାବିଲାକୁ ନେଇ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ

Advertisement

ଓଡିଶା ଭାସ୍କର; ଆଜି ଏସିଆ କପର ମହାମୁକାବିଲାକୁ ନେଇ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଭାରତ-ପାକିସ୍ତାନ ମ୍ୟାଚ ସର୍ବଦା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥାଏ । ଏଣୁ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ଲଢ଼େଇକୁ ଉପଭୋଗ କରିବା ପାଇଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମ ଠାରେ ଭାରତ – ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।

ସେପଟେ ଏହି ମ୍ୟାଚ ଆଜି ଖେଳାଯିବାକୁ ଥିବାବେଳେ ଶ୍ରୀଲଙ୍କାର ପାଲେକେଲେ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ କରିଛି । ଅଗଷ୍ଟ-ସେପ୍ଟେମ୍ବର ମାସରେ ପାଲେକେଲେ ଅଞ୍ଚଳରେ ବର୍ଷା ଋତୁ ଚାଲିଥାଏ । ଏଣୁ ଯଦି ବର୍ଷା ହୁଏ ତେବେ ମ୍ୟାଚ ବାଧାପ୍ରାପ୍ତ ହେବା ଆଶଙ୍କା ମଧ୍ୟ ରହିଛି । ସେହିପରି ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ବିକଳ୍ପ ବ୍ୟବସ୍ଥା କରିଛି ଆଇସିସି । ଯଦି ବର୍ଷା ହୋଇ ଏହା ପରେ ଛାଡିଯାଏ ଅତି କମରେ ଭାରତ -ପାକିସ୍ତାନ ମଧ୍ୟରେ ୨୦ ଓଭର ବିଷିଷ୍ଟ ମ୍ୟାଚ ଖେଳାଯାଇପାରେ ।

ସୂଚନା ଥାଉକି, ଗତ ସେପ୍ଟେମ୍ବର ୨ ତାରିଖ ଠାରୁ ଆରମ୍ଭ ହୋଇ ସାରିଛି ଏସିଆ କପ-୨୦୨୩ ମୁକାବିଲା । ଚଳିତ ଥର ଏଥିରେ ମୋଟ ୧୩ଟି ମ୍ୟାଚ ଖେଳାଯିବା ନେଇ ସୂଚନା ରହିଛି । ଭାରତ, ପାକିସ୍ତାନ,ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ ସମେତ ଦଳ ଏ ଗ୍ରୁପରେ ରହିଛନ୍ତି । ଏହି କ୍ରମରେ ଟୁର୍ଣ୍ଣାମେଂଟର ସମସ୍ତ ମ୍ୟାଚ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ସେହିପରି ଚଳିତଥର ୫୦ ଓଭର ଫର୍ମାଟରେ ଟୁର୍ଣ୍ଣାମେଂଟ ଖେଳାଯିବା ନେଇ ସୂଚନା ରହିଛି । ଏସିଆ କପରେ ଭାରତ ମୋଟ ୭ ଥର ବିଜୟ ହାସଲ କରିଥିବା ବେଳେ ଏଥର ୮ମ ଥର ପାଇଁ କପ ହାତେଇବାକୁ ଆଶା ରଖିଛି ଦଳ । ଅନ୍ୟପଟେ ଶ୍ରୀଲଙ୍କା ୬ଥର ଓ ପାକିସ୍ତାନ ୨ଥର କପ ହାତେଇବାରେ ସକ୍ଷମ ହୋଇଛି ।

ସେପଟେ ମ୍ୟାଚ ପୂର୍ବରୁ ବାଦ ପଡିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ । ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଏବଂ ଏହାପରେ ହେବାକୁ ଥିବା ନେପାଳ ସହିତ ମ୍ୟାଚରୁ କେ ଏଲ ରାହୁଲ ବାଦ୍ ପଡିଛନ୍ତି । ଏନେଇ ପୂର୍ବରୁ ବିସିସିଆଇ ଟୁଇଟ୍ କରି ବିଧିବଦ୍ଧ ଭାବେ ସୂଚନା ଦେଇଥିଲା । ଆହତ ସମସ୍ୟାର କାରଣ ଲାଗି ବାଦ ପଡିଛନ୍ତି ରାହୁଲ ।

Get real time updates directly on you device, subscribe now.