fbpx
BJD
BJD SKY
BJD SKY

ଆଜିଠୁ ଏସିଆ କପ୍ ମୁକାବିଲା: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାମୁହିଁଁ ହେବେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ, ଭାରତ-ପାକିସ୍ତାନ୍‌ ଲଢ଼େଇକୁ ଦର୍ଶକଙ୍କ ଅପେକ୍ଷା

BJD

ଦୁବାଇ:  ଆଜିଠୁ ଏସିଆ କପ୍‌ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏସିଆ କପ୍ କ୍ରିକେଟ ସମସ୍ତ ଅଂଶ ଗ୍ରହଣକାରୀ ଦଳ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଆଗାମୀ ବିଶ୍ୱକପ ପୂର୍ବରୁ ଏସିଆ ମହାଦେଶ ଦଳ ଗୁଡିକର ଅସଲ ଶକ୍ତି ପରୀକ୍ଷା ହେବ । ଶେଷ ଦଳ ଭାବେ ଏସିଆ କପର ମୁଖ୍ୟ ପ୍ରତିଯୋଗିତାରେ ସାମିଲ ହୋଇ ଥିବା ହଂକଂକୁ ବାଦ ଦେଲେ ଅବଶିଷ୍ଟ ୫ ଦଳ ଭାରତ,ପାକିସ୍ତାନ, ଶ୍ରୀଲଙ୍କା ,ବାଂଲାଦେଶ ଓ ଆଫଗାନିସ୍ତାନ ଦଳ ମଧ୍ୟରେ କଡା ମୁକାବିଲା ହେବ । ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଗ୍ରୁପ୍‌ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଏହି ମ୍ୟାଚ୍‌ ଆରମ୍ଭ ହେବ ।

ଅନ୍ୟପକ୍ଷରେ ଗତ ୧୨ ମାସ ମଧ୍ୟରେ ପାକିସ୍ତାନ ଦଳ ନିଜ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିଥିବା ବେଳେ ଭାରତ ମଧ୍ୟ ନିକଟ ଅତୀତରେ ଏକାଧିକ ଟି-୨୦ ଓ ଦିନିକିଆ ସିରିଜରେ ବିଜୟୀ ହୋଇଛି । ତେଣୁ ଉଭୟ ଦଳ ଏସିଆ କପରେ ସେମାନଙ୍କର ଦକ୍ଷତା ପ୍ରତିାଦନ ପାଇଁ ବରାବର ଚେଷ୍ଟା କରିବେ ।କାରଣ ଆଗାମୀ ଟି-୨୦ ବିଶ୍ୱକପରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଗତ ବର୍ଷ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଭାରତକୁ ୧୦ ୱିକେଟରେ ପରାସ୍ତ କରି ଥିଲା ପାକିସ୍ତାନ । ତେଣୁ ଏସିଆ କପରେ ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ଭାରତକୁ ସୁଯୋଗ ମିଳିଛି । ପାକିସ୍ତାନ ଦଳର ଦୁଇ ଜଣ ପ୍ରମୁଖ ପେସ୍‌ ବୋଲର ଆହତ କାରଣ ନେଇ ଏସିଆ କପରୁ ଓହରି ଯାଇ ଥିଲେ ହେଁ ଦଳରେ ଆହୁରି ଏକାଧିକ ମ୍ୟାଚ ବିଜୟୀ ବ୍ୟାଟର ଓ ବୋଲର ଅଛନ୍ତି । ସେହିପରି ଭାରତୀୟ ଦଳରେ ସମସ୍ତ ପୁରୁଖା ଖେଳାଳିଙ୍କ ସହିତ ଯୁବ ଖେଳାଳି ସ୍ଥାନ ପାଇଛନ୍ତି । କେବଳ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ଏସିଆ କପ ଦଳରେ ନାହାନ୍ତି ।

ସେହିପରି ସୀମିତ ଓଭର ଫର୍ମାଟରେ ସାମାନ୍ୟ ଦୂର୍ବଳ ପ୍ରଦର୍ଶନ କରି ଆସୁ ଥିଲେ ହେଁ ଭେଟେରାନ ଅଲରାଉଣ୍ଡର ସକିବ ଅଲ ହାସନ ଦଳକୁ ଫେରିବା ପରେ ଦଳର ଶକ୍ତି ଆହୁରି ଅଧିକ ବୃଦ୍ଧି ପାଇଛି । ସେହିପରି ନୂତନ ଭାବେ ନିଯୁକ୍ତ ଟେକନିକାଲ ଡାଇରେକ୍ଟର ଶ୍ରୀଧରନଶ୍ରୀ ରାମ ବାଂଲା ଦେଶ ଦଳକୁ ସଡିକ ମାର୍ଗରେ ପରିଚାଳିତ କରି ପାରିବେ ବୋଲି ଅନୁମାନ ।ଅନ୍ୟ ପକ୍ଷରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଟି-୨୦ ଫର୍ମରଟରେ ମଧ୍ୟ ଦୁର୍ବଳ ନୁହନ୍ତି ।

ସୂଚନା ଯୋଗ୍ୟ ଯେ ଭାରତ ସର୍ବାଧିକ ବାର ଏସିଆ କପ ଟାଇଟଲ ହାସଲ କରି ଥିବା ବେଳେ ୨୦୧୮ରେ ଶେଷ ଥର ପାଇଁ ଅନୁଷ୍ଠିତ ଏହି ମହାଦେଶୀୟ ପ୍ରତିଯୋଗିତାରେ ଚାମ୍ପିଅନ ହୋଇ ଥିଲା । ପାକିସ୍ତାନ ୧୦ ବର୍ଷ ତଳେ ଶେଷ ଥର ପାଇଁ ଚାମ୍ପିଅନ ହୋଇ ଥିବା ବେଳେ ଚଳିତ ବର୍ଷ ପୁଣି ଟାଇଟଲ ହାସଲ ପାଇଁ ଉଦ୍ୟମ କରିବ । ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପରେ ୧୪ ଥର ମୁକାବିଲା ହୋଇଛି । ଏଥିରୁ ଭାରତ ୮ ଓ ପାକିସ୍ତାନ ୫ ଥର ବିଜୟୀ ହୋଇ ଥିବା ବେଳେ ଗୋଟିଏ ମ୍ୟାଚ ଫଳାଫଳ ଫଇସଲା ହୋଇ ପାରି ନ ଥିଲା । ସେହିପରି ମହମଦ ନବିଙ୍କ ନେତୃତ୍ୱାଧୀନ ଆଫଗାନିସ୍ତାନ ଦଳ ମଧ୍ୟ ଅନ୍ୟ ଦଳ ବିରୋଧରେ କଡା ମୁକାବିଲା କରିବା ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.