ମିଛଖବର ହେଉଛି ପ୍ରଘଟ,ସ୍ପଷ୍ଟ କଲା BCCI… ବର୍ତ୍ତମାନ ଫୋକସରେ IPL
ଏପରି ଖବରରେ କୌଣସି ସତ୍ୟତା ନାହିଁ। ଏସିଆ କପରେ ଅଂଶଗ୍ରହଣ କରିବା ନେଇ କୌଣସି ଆଲୋଚନା ହୋଇନାହିଁ।
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଦଳ ଏବଂ ମହିଳା ଦଳ ଏସିଆ କପରେ ଅଂଶଗ୍ରହଣ କରିବ ନାହିଁ। ଏ ନେଇ ଗଣମାଧ୍ୟମ ରିପୋର୍ଟ ସାମ୍ନାକୁ ଆସିବା ପରେ ବିସିସିଆଇ ସଚିବ ଦେବଜିତ ସାଇକିଆ ନିଜେ ଏହାକୁ ଖଣ୍ଡନ କରିଛନ୍ତି।
ଦେବଜିତ ସାଇକିଆ କହିଛନ୍ତି ଯେ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏସିଆ କପରେ ଅଂଶଗ୍ରହଣ ନେଇ ବର୍ତ୍ତମାନସୁଦ୍ଧା କୌଣସି ବୈଠକ ମଧ୍ୟ ହୋଇନାହିଁ ।
ବିସିସିଆଇ ସଚିବ ଦେବଜିତ ସାଇକିଆଙ୍କୁ ANIକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, “ଆଜି ସକାଳ ଠାରୁ, ଆମ ନଜରକୁ ଆସିଛି ଯେ ବିସିସିଆଇ ଭାରତୀୟ ଦଳକୁ ଏବଂ ମହିଳା ଦଳ ଏସିଆ କପ୍ ନ କୄଝେଳିବ ପାଇଁ ନିଷ୍ପତ୍ତି ହୋଇଛି।
ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ଏସିଆନ୍ କ୍ରିକେଟ୍ ପରିଷଦ (ACC) ଅଧୀନରେ ଆସେ। ବର୍ତ୍ତମାନ ପର୍ଯ୍ୟନ୍ତ, ଏପରି ଖବରରେ କୌଣସି ସତ୍ୟତା ନାହିଁ।”
ଦେବଜିତ ସାଇକିଆ ଆହୁରି କହିଛନ୍ତି ଯେ ଏସିଆ କପରେ ଅଂଶଗ୍ରହଣ କରିବା ନେଇ କୌଣସି ଆଲୋଚନା ହୋଇନାହିଁ ଏବଂ ACC ଇଭେଣ୍ଟ ସମ୍ପର୍କରେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ସେ କହିଛନ୍ତି ଯେ ବିସିସିଆଇର ସମ୍ପୂର୍ଣ୍ଣ ଧ୍ୟାନ ଏବେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଏବଂ ଇଂଲଣ୍ଡ ବିପକ୍ଷ ସିରିଜ (ମହିଳା ଏବଂ ପୁରୁଷ ଦଳ) ଉପରେ ଅଛି।
ଏସିଆ କପ୍
ଚଳିତ ବର୍ଷ ୧୭ତମ ଏସିଆ କପ୍ ଖେଳାଯିବ, ଯାହାର ଆୟୋଜକ ଦେଶ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 8ଟି ଦଳ ଅଂଶଗ୍ରହଣ କରିବେ। ସେମାନେ ହେଲେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ଓମାନ, ହଂକଂ ଏବଂ ୟୁଏଇ।
ଶ୍ରୀଲଙ୍କା ମହିଳା ଉଦୀୟମାନ ଦଳ ଏସିଆ କପ୍ 2025 ଆୟୋଜନ କରିବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ପାଇଁ 2023 ମସିହାରେ ଆୟୋଜିତ ହୋଇଥିଲା, ଯେତେବେଳେ ଟିମ୍ ଇଣ୍ଡିଆ ଫାଇନାଲରେ ବାଂଲାଦେଶକୁ 31 ରନରେ ପରାସ୍ତ କରି ଟାଇଟଲ ଜିତିଥିଲା।