fbpx
BJD SKY
BJD SKY

ବଡ ଖବର! ପାକିସ୍ତାନରେ ଆୟୋଜିତ ହେବ ଏସିଆ କପ୍: ଭାରତର ମ୍ୟାଚ ଉପରେ ବି ଅପଡେଟ

BJD

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବରରେ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି ଏସିଆ କପ୍-୨୦୨୩ । କିନ୍ତୁ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହା ମଧ୍ୟରେ ଏସିଆ କପକୁ ନେଇ ଏକ ବଡ ଅପଡେଟ ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । କିନ୍ତୁ ଟୁର୍ଣ୍ଣାମେଣ୍ଟର କିଛିଟା ମ୍ୟାଚ ପାକିସ୍ତାନ ବାହାରେ ମଧ୍ୟ ଖେଳାଯିବ ବୋଲି ଜାଣିବାକୁ ମିଳିଛି ।

ଏସିଆ କପ୍ ପାଇଁ ପିସିବିର ପ୍ରସ୍ତାବିତ ହାଇବ୍ରିଡ ମଡେଲକୁ ଏସିଆ କ୍ରିକେଟ ପରିଷଦ ତରଫରୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏସିଆ କପ୍ ଖେଳିବା ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ଗତବର୍ଷ ସ୍ପଷ୍ଟ କରିଥିଲେ ବିସିସିଆଇ ସଚିବ ଜୟ ଶାହ । ଏହାପରେ ପିସିବି ପକ୍ଷରୁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରା ଯାଇଥିଲା । ତେବେ ଆସନ୍ତା ୧୩ ତାରିଖରେ ଏହି ହାଇବ୍ରିଡ ମଡେଲ ଉପରେ ବଡ ଘୋଷଣା କରିପାରେ କାଉନ୍ସିଲ । ଏସିଆ କପ ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ ପାକିସ୍ତାନର ଲାହୋରରେ ଆୟୋଜିତ ହେବ ବୋଲି ଅନୁମାନ କରାଯାଉଛି । ପାକିସ୍ତାନ-ନେପାଳ, ବାଂଲାଦେଶ-ଆଫଗାନିସ୍ତାନ, ଶ୍ରୀଲଙ୍କା-ଆଫଗାନିସ୍ତାନ ଏବଂ ବାଂଲାଦେଶ-ଶ୍ରୀଲଙ୍କା ଇତ୍ୟାଦି ମ୍ୟାଚଗୁଡିକ ପାକିସ୍ତାନରେ ଖେଳାଯିବ । ଏହାପରେ ବାକି ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଆୟୋଜନ ହେବ ବୋଲି ସୂଚନା ମିଳିଛି ।

ତେବେ ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁ ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନର ସର୍ତ୍ତ ଅନୁସାରେ, ଏସିସି ଏହି ଟୁର୍ଣ୍ଣାମେଣ୍ଟକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରିଛି । ଏହାର ପ୍ରଥମ ପର୍ଯ୍ୟାୟର ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁରେ ହିଁ ଖେଳାଯିବ ।

Get real time updates directly on you device, subscribe now.