fbpx

ବେକାର ହୋଇଯିବ ଆପଣ କରିଥିବା ରିଚାର୍ଜ ; ଜୁନ୍ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ୍ ସେବା

ଇମ୍ପାଲ : ଇଣ୍ଟରନେଟରେ ପ୍ରଚାର ହେଉଛି ଗୁଜବ ଆଉ ଗୁଜବରୁ ସୃଷ୍ଟି ହେଉଛି ହିଂସା । ହିଂସାକୁ ଅଟକାଇବା ପାଇଁ ରାଜ୍ୟ ସରକାର ଇଣ୍ଟରନେଟ୍ ସେବା ବ୍ୟାନ୍ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମିଥ୍ୟା ଖବର, ଗୁଜବ ଏବଂ ଭୁଲ ତଥ୍ୟର ପ୍ରସାରକୁ ରୋକିବା ପାଇଁ ଇଣ୍ଟରନେଟ ବ୍ୟାନକୁ ଆଉ ପାଞ୍ଚ ଦିନ ବୃଦ୍ଧି କରାଯାଇଛି ଜୁନ୍ ୧୫ ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଅଘଟଣ ଘଟି ନାହିଁ ବୋଲି ସୂଚନା ମିଳିଛି ।

ମଣିପୁର ହିଂସା ଥମିବା ପାଇଁ ଶନିବାର ଶାନ୍ତି କମିଟି ଗଠନ କରାଯାଇଥିଲା । ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାର ଏକ ଶାନ୍ତି କମିଟି ଗଠନ କରିଛନ୍ତି । କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ, କିଛି ରାଜ୍ୟ ସରକାର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତତି ଦଳର ନେତା ସାମିଲ ହୋଇଥିଲେ । ଏହି କମିଟିରେ ଅବସରପ୍ରାପ୍ତ ଅଧିକାରୀ-କର୍ମଚାରୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସାମାଜିକ କର୍ମୀ ଏବଂ ବିଭିନ୍ନ ଜାତିର ପ୍ରତିନିଧୀ ମଧ୍ୟ ଅଛନ୍ତି । ଏହି କମିଟି ରାଜ୍ୟର ବିଭିନ୍ନ ଜାତି ମଧ୍ୟରେ ଶାନ୍ତି ପ୍ରକ୍ରିୟାକୁ ପୁନଃସ୍ଥାପନ କରିବ ।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ହିଂସା ପ୍ରଭାବିତ ମଣିପୁରର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ସିବିଆଇ ହିଂସା ଘଟଣାର ତଦନ୍ତ କରିବ ବୋଲି ଶାହା ଘୋଷଣା କରିଛନ୍ତି । ଏକ ନ୍ୟାୟିକ କମିଶନ ଗଠନ ହେବ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟପାଳଙ୍କ ନେତୃତ୍ୱରେ ଏକ ଶାନ୍ତି କମିଟି ଗଠନ କରାଯିବ ।

Get real time updates directly on you device, subscribe now.