fbpx
BJD SKY
BJD SKY

WTC ଫାଇନାଲ ଡେ’ ଉପରେ ଘୋଟିଛି କଳାବାଦଲ: ରିଜର୍ଭ ଡେ’ରେ ଖେଳାଯିବ କି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ

BJD

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମାଚ ଉପରେ ଘୋଟିଯାଇଛି ବର୍ଷାର ଆଶଙ୍କା । ଫାଇନାଲ ମ୍ୟାଚର ଶେଷ ଦିନରେ ଖେଳ ପାଇଁ ବର୍ଷା ସାଜିପାରେ ବାଧକ । ଫାଇନାଲ ମ୍ୟାଚର ପଞ୍ଚମ ଦିନରେ ଭାରତକୁ ବିଜୟ ପାଇଁ ୨୮୦ ରନର ଆବଶ୍ୟକତା ରହିଥିବା ବେଳେ ଅଷ୍ଟ୍ରେଲିଆ ବିଜୟଠାରୁ ୭ ୱିକେଟ ଦୂରରେ ରହିଛି । ତେବେ ଏହି ସମୟରେ ମ୍ୟାଚ ଉପରେ ବର୍ଷା ହେବାର ଆଶଙ୍କା ବୃଦ୍ଧି ପାଇଛି । ଯଦି ବର୍ଷା ହୁଏ ଗତ ଆଇପିଏଲର ପାଇନାଲ ମ୍ୟାଚ ପରି ଏହି ମ୍ୟାଚ ମଧ୍ୟ ରିଜର୍ଭ ଡେ’ରେ ଖେଳାଯିବ । ଅର୍ଥାତ୍ ଗୋଟିଏ ଟେଷ୍ଟ ମ୍ୟାଚ ୫ ଦିନ ପରିବର୍ତ୍ତେ ୬ ଦିନ ଖେଳାଯିବ ।

ଲଣ୍ଡନର ଓଭାଲରେ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ଡେ’ରେ ପାଣିପାଗ ସାମାନ୍ୟ ଖରାପ ରହିଛି । ତେବେ ଆଜି ଏହି ଗ୍ରାଉଣ୍ଡରେ ବର୍ଷା ହେବାର ସମ୍ଭାବନା ୯୯% ରହିଥିବା ସୂଚନା ମିଳିଛି, ଯାହା ଫାଇନାଲ ମ୍ୟାଚକୁ ପ୍ରଭାବିତ କରିପାରେ । ତେବେ ଆଇସିସି ନିୟମ ଅନୁଯାୟୀ, ୫ ଦିନିଆ ଟେଷ୍ଟ ମ୍ୟାଚ ମଧ୍ୟରେ ଯଦି କୌଣସି ଦିନ ବର୍ଷା ହୁଏ, ତେବେ ଏହା ରିଜର୍ଭ ଡେ’ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ଏ ନେଇ ଆଇସିସି ତରଫରୁ ଏକ ବୟାନ ଜାରି କରାଯାଇଛି । ଯଦି ବର୍ଷା କିମ୍ବା ଆଲୋକର ଅଭାବ ଯୋଗୁଁ ମ୍ୟାଚ ଖେଳିବା ନେଇ ଆଶଙ୍କା ଭଳି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏହି ସମୟରେ ରିଜର୍ଭ ଡେ’ ନିୟମକୁ ବ୍ୟବହାର କରାଯାଇ ପାରିବ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଲଣ୍ଡନରେ ପାଣିପାଗ ଭଲ ରହିଛି ଏବଂ ବର୍ଷା ହେବାର କମ୍ ଆଶା କରାଯାଉଛି । କିନ୍ତୁ ଆଜି ଏଠାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ମ୍ୟାଚ ଯଦି ୧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହେ, ତେବେ ଏହାକୁ ରିଜର୍ଭ ଡେ’ ପାଇଁ ସ୍ଥଗିତ ରଖାଯିବ । ବର୍ଷା ବ୍ୟତୀତ କରାପ ଲାଇଟ ଯୋଗୁଁ ମଧ୍ୟ ମ୍ୟାଚ ରିଜର୍ଭ ଡେ’ରେ ଖେଳାଯାଇପାରେ । ତେବେ ଫାଇନାଲ ମ୍ୟାଚର ଶେଷ ଦିନରେ ଭାରତ ଆଗରେ ୨୮୦ ରନର ବିଜୟ ଲକ୍ଷ୍ୟ ରହିଛି । ବର୍ତ୍ତମାନ କ୍ରିଜରେ ଟିମ ଇଣ୍ଡିଆର ଦୁଇ ଷ୍ଟାର ପ୍ଲେୟର ବିରାଟ କୋହଲି ଏବଂ ଆଜିଙ୍କ୍ୟା ରାହାଣେ ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.