fbpx

ଯଦି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଏପରି ଆଚରଣ ହୁଏ, ତେବେ ବୁଝିନିଅନ୍ତୁ ଖରାପ ସମୟ ଆସିବାକୁ ଯାଉଛି!

ଭୁବନେଶ୍ୱର : ମହାନ ଅର୍ଥନୀତିଜ୍ଞ, କୂଟନୀତିଜ୍ଞ, ରାଜନୀତିଜ୍ଞ ହେବା ସହ ଆଚାର୍ଯ୍ୟ ଚାଣକ୍ୟ ଜଣେ ଉତ୍ତମ ମାର୍ଗଦର୍ଶକ ମଧ୍ୟ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତିବାଣୀଗୁଡିକ ପରିବାରକୁ ଏକତ୍ର ରଖିବା, ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାରେ ଏବଂ ସୁଖୀ ଜୀବନଯାପନ କରିବାରେ ବହୁତ ସାହାଯ୍ୟ କରେ । ଚାଣକ୍ୟ ନୀତିରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯଦି ଚାଣକ୍ୟ ନୀତିର ଏହି ସବୁ ପାଳନ କରାଯାଏ, ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସୁଦୃଢ ଏବଂ ସୁଖମୟ ହୋଇଥାଏ । ଆଉ ଯଦି ତାଙ୍କ ନୀତିବାଣୀ ଗୁଡିକୁ ଅଣଦେଖା କରାଯାଏ ତେବେ ସମ୍ପର୍କ ଭାଙ୍ଗିବାକୁ ବେଶୀ ସମୟ ଲାଗେ ନାହିଁ ।

ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ, ପ୍ରେମ ଏବଂ କଥାରେ ତାଳମେଳ ନଥାଏ, ତେବେ ଏହି ସମ୍ପର୍କ ଭାଙ୍ଗିପାରେ । ଆଉ ଯଦି ନ ଭାଙ୍ଗେ ବୋଝ ପରି ଅନୁଭବ ହୁଏ । ଯାହାର ପରିଣାମ ଘର ଲୋକଙ୍କୁ ଭୋଗିବାକୁ ପଡେ ।

ଯଦି ଉଭୟଙ୍କ ମଧ୍ୟରୁ କେହି ଜଣେ ପର ପୁରୁଷ କିମ୍ବା ସ୍ତ୍ରୀ ସହିତ ସମ୍ପର୍କ ରଖନ୍ତି, ତେବେ ଏପରି ପରିସ୍ଥିତିରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ଶତ୍ରୁ ବନି ଯାଆନ୍ତୁ । ଛୋଟ ଛୋଟ କଥା ମଧ୍ୟ ପରସ୍ପରକୁ ଖରାପ ଲାଗେ । କୌଣସି କଥାକୁ ବାରଣ କରିବା ମଧ୍ୟ ପରସ୍ପରକୁ ଅଘାତ ଦେଇଥାଏ ।

ଯଦି ସ୍ତ୍ରୀ ଲୋଭି ହୋଇଥାନ୍ତି ବା ପ୍ରତିଦିନ କିଛି ନା କିଛି ଦାବି କରି କରନ୍ତି ଏବଂ ତାହା ପୂରଣ ନ ହେଲେ ଧମକ ଦିଅନ୍ତି ତାହା ବୈବାହିକ ଜୀବନ ପାଇଁ ଠିକ୍ ନୁହେଁ ।

ଯଦି ସ୍ତ୍ରୀ ଅଶିକ୍ଷିତ ଏବଂ ସେ ଶିକ୍ଷିତ ସ୍ୱାମୀ ବିଷୟରେ କିଛି ପସନ୍ଦ କରନ୍ତି ନାହିଁ, ତେବେ ଏପରି ପରିସ୍ଥିତିରେ ମଧ୍ୟ ସମ୍ପର୍କ ବଜାୟ ରଖିବା କଷ୍ଟକର । ଜଣେ ମୂର୍ଖ ପତ୍ନୀ ପରିବାରକୁ ନଷ୍ଟ କରିପାରେ । ଏହିପରି ସ୍ତ୍ରୀ ପାଇଁ ସହ ପରିବାରର ସମ୍ମାନ, ଧନ ଏବଂ ପ୍ରତିଷ୍ଠା ବିପଦରେ ପଡ଼େ । ଏହା ସହିତ ସବୁ ଜିନିଷରେ ମିଛ କହିବା ମଧ୍ୟ ଖରାପ ସମୟର ଆସିବାର ସଙ୍କେତ ।

ଯେଉଁମାନେ ସ୍ତ୍ରୀ କେବଳ ନିଜର ମେକଅପ୍, ଅଳଙ୍କାର, ସାଜସଜ୍ଜା ଉପରେ ଧ୍ୟାନ ଦିଅନ୍ତି, ଘର ବାହାରେ ଅଧିକ ସମୟ ବିତାଉଛନ୍ତି ଏବଂ ଅନାବଶ୍ୟକ ଜିନିଷରେ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ଏପରି ପରିବାର ନଷ୍ଟ ହେବାକୁ ଅଧିକ ସମୟ ଲାଗେ ନାହିଁ । ଯେତେବେଳେ ଭଲ ଶିକ୍ଷା, ଦାନ ଏବଂ ଧର୍ମ ପାଇଁ ବ୍ୟବହୃତ ହୁଏ ସେତେବେଳେ ଟଙ୍କା ଭଲ ବ୍ୟବହାରରେ ବ୍ୟବହୃତ ହୁଏ ।

Get real time updates directly on you device, subscribe now.