fbpx

ବାହାନଗାବାସୀଙ୍କ ମହନତା ; ଅଜଣା ଶବ ପାଇଁ ମୁଣ୍ଡନ ହେଲେ ଓ ନଖ କଟାଇଲେ ଗାଁର ପିଲା ଠୁଁ ବୁଢା

ବାହାନଗା : ଟ୍ରେନ୍ ଦୁର୍ଘଟଣାକୁ ୧୦ ଦିନ ବିତିଛି । ଏହା ମଧ୍ୟରେ କେତେକଙ୍କ ମୃତଦେହକୁ ଚିହ୍ନଟ କରି ତାଙ୍କ ପରିବାର ଲୋକ ନେଇଥିବା ବେଳେ ଆହୁରି ୫୦ରୁ ଅଧିକ ମୃତଦେହ ପଡି ରହିଛି । ସେଗୁଡିକର ଅନ୍ତ୍ୟେଷ୍ଟିକ୍ରିୟା କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ହେଲାଣି । ସଜା ସରିଲାଣି ଜୁଇ ଓ କାଠ । ଅପେକ୍ଷାରେ ରହିଛି ଶ୍ମଶାନ ଘାଟ । ଏସବୁ ମଧ୍ୟରେ ସମସ୍ତ ମୃତକଙ୍କ ଆତ୍ମାର ମୋକ୍ଷ କାମନା କରି ଗଣ ଶୁଦ୍ଧିକ୍ରିୟା ଆରମ୍ଭ ହୋଇଛି । ଆଜି ଦଶରେ ଗାଁର ପିଲାଠୁଁ ବୁଢା ସମସ୍ତେ ସ୍ୱଇଚ୍ଛାରେ ସାମିଲ ହୋଇ ମୁଣ୍ଡନ ହୋଇଛନ୍ତି । ନଖ କଟାଇ ନଦୀ ଓ ପୋଖରେ ସ୍ନାନ କରିଛନ୍ତି ।

ଖାଲି ସେତିକିରେ ସରି ନଥିଲା । ଏହା ପରେ ବ୍ରାହ୍ମଣଙ୍କୁ ଦାନ ଦିଆଯିବ । ନାମ ଯଜ୍ଞ, ଗୀତାପାଠ ଏବଂ ଦୀପଦାନ କରି ମୃତକଙ୍କ ଆତ୍ମାର ସଦ୍ଗତି କାମନା କରାଯିବ । ନିଜ ଲୋକ ଭଳି ବାହାନାଗୀବାସୀ ଏସବୁ ରୀତିନୀତି ଅନୁଯାୟୀ ଶୁଦ୍ଧିକ୍ରିୟା କରିଛନ୍ତି ।

Get real time updates directly on you device, subscribe now.