fbpx

କରୋନା ଯୋଗୁୁଁ ଦେଶରେ ବଢ଼ୁଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା: ICMRର ଅଧ୍ୟୟନ ଉପରେ ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରୋଗର ଜାଲ ବଢ଼ିବାରେ ଲାଗିଛି । ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି । ଅଧ୍ୟୟନରେ ଦାବି କରାଯାଇଛି ଯେ, ଗତ ଚାରି ବର୍ଷ ମଧ୍ୟରେ ଦେଶରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ୭୪ ମିଲିୟନରୁ ୧୦୧ ମିଲିୟନକୁ ବୃଦ୍ଧି ପାଇଛି ।

ଏହା ସହିତ ହାଇ ବ୍ଲଡ ପ୍ରେସର, ମୋଟାପଣ ଓ ଡିସଲିପିଡେମିଆ ଭଳି ରୋଗର ରୋଗୀମାନଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସେହି ଅବଧି ଯେଉଁଥିରେ କରୋନା ଅବଧି ମଧ୍ୟ ସାମିଲ ହୋଇଛି ।

ଅଧ୍ୟୟନରେ ସାମିଲ ହୋଇଥିବା ୩ ଡାକ୍ତର ଟିମରୁ ଜଣେ ଡାକ୍ତର ଆରଏମ ଅଞ୍ଜନା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ପୂର୍ବ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଡାଇବେଟିସର ପ୍ରସାର ୭.୫ ଥିଲା । ସେତେବେଳେ ଏହାର ସଂଖ୍ୟା ୭.୪ କୋଟି ଥିଲା । ବର୍ତ୍ତମାନ ଏହି ପ୍ରଦାର ହାର ୧୧.୪ ପ୍ରତିଶତକୁ ବୃଦ୍ଧି ପାଇଛି, ଯେଉଁଥିପାଇଁ ରୋଗୀଙ୍କ ସଂଖ୍ୟା ୧୦.୧ କୋଟିରେ ପହଞ୍ଚିଛି ।

ଆଇସିଏମଆର ଅଧ୍ୟୟନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୧୩.୬ କୋଟି ଲୋକ ପ୍ରି-ଡାଇବେଟିକ୍ । ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ୧୧.୪ ପ୍ରତିଶତ ଏବଂ ପ୍ରି-ଡାଇବେଟିକ ରୋଗୀଙ୍କ ସଂଖ୍ୟା ୧୫.୩ ପ୍ରତିଶତ । ଏହା ବ୍ୟତୀତ ୩୫ ପ୍ରତିଶତ ଲୋକ ଉଚ୍ଚ ରକ୍ତଚାପ ଜନିତ ସମସ୍ୟାରେ ପୀଡିତ । ପ୍ରି-ଡାଇବେଟିକ ରୋଗୀ ହେଉଛନ୍ତି ସେହିମାନେ, ଯିଏ ଏହି ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛନ୍ତି ।
କରୋନା ମହାମାରୀର ଭୂମିକା କେତେ?

ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପଛରେ କରୋନାର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି ବୋଲି ଡାକ୍ତରମାନେ କହିଛନ୍ତି । ମାଡ୍ରାସ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏମଡିଆରଏଫ) ର ସଭାପତି ଡାକ୍ତର ଅଞ୍ଜନା କହିଛନ୍ତି ଯେ କରୋନା ନିଶ୍ଚିତ ଭାବରେ ଜୀବନଶୈଳୀକୁ ବଢ଼ାଇ ଦେଇଛି । ଉଦାହରଣ ସ୍ୱରୂପ, କୋଭିଡ ପରେ ଶାରୀରିକ ନିଷ୍କ୍ରିୟତା ବୃଦ୍ଧି ପାଇଛି । ଯାହା ମୁଖ୍ୟତଃ ମଧୁମେହ ପାଇଁ ଏକ ବିପଦର କାରଣ ।

Get real time updates directly on you device, subscribe now.