fbpx
BJD SKY
BJD SKY

Asian Games; ଭାରତ ପାଇଁ କିଏ ଆଣିବେ ସ୍ୱର୍ଣ୍ଣ ପଦକ? ଏହି ଖେଳାଳିଙ୍କ ଉପରେ ରହିଛି ସମସ୍ତଙ୍କ ନଜର

BJD

ନୂଆଦିଲ୍ଲୀ: ଆଉ ୩ ଦିନ ପରେ ଚୀନରେ ଆରମ୍ଭ ହେବାକୁ ଯାଉଛି ଏସିଆନ ଗେମ୍ସର ମହାକୁମ୍ଭ । ୧୯୫୧ ମସିହାରେ ଏସିଆନ ଗେମ୍ସର ପ୍ରଥମ ସଂସ୍କରଣ ପରଠାରୁ ମହାଦ୍ୱୀପ ଅନ୍ତର୍ଗତ ଆଥଲେଟିକ୍ସ ଆୟୋଜନ ରେ ଭାରତର ଖୁବ ସୁନ୍ଦର ପ୍ରଦର୍ଶନ ରହିଛି । ଟ୍ରାକ ଏବଂ ଫିଲ୍ଡ କ୍ଷେତ୍ରରେ ଏସିଆନ ଗେମ୍ସରେ ଭାରତ ପାଖରେ ମୋଟ ୭୯ ସ୍ୱର୍ଣ୍ଣ ପଦକ ୮୮ ରୌପ୍ୟ ଏବଂ ୮୭ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଚଳିତବର୍ଷ ମଧ୍ୟ ଏସିଆନ୍ ଗେମ୍ସ-୨୦୨୩ରେ ଭାରତ ଆଥଲେଟିକ୍ସରେ ଦବଦବା ବଜାୟ ରଖିବା ସହ ପଦକ ସଂଖ୍ୟା ବୃଦ୍ଧି କରିବାକୁ ପ୍ରୟାସ କରିବ । ୬୫ ଜଣ ଆଥଲେଟଙ୍କୁ ନେଇ ଭାରତ ଖୁବ ସନ୍ତୁଳିତ ମନେ ହେଉଛି । ତେବେ ଚଳିତବର୍ଷ ଏହି ଖେଳାଳିମାନେ ସ୍ୱର୍ଣ୍ଣ ପଦକ ହାସଲ କରିବା ନେଇ ଆଶା ରଖିଛି ଭାରତ ।

୧- ଅବିନାଶ ସାବଲେ (୩୦୦୦ ମିଟର ଷ୍ଟିପଲଚେଜ):

ମହାରାଷ୍ଟ୍ରର ଧାବକ ଆଫ୍ରିକା ଦ୍ୱାରା ପରିଚାଳିତ ଏକ ପ୍ରତିଯୋଗିତାରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସିଡବ୍ଲୁଜିରେ ରୌପ୍ୟ ପଦକ ହାସଲ କରିବା ପରେ ପ୍ରତିଷ୍ଠା ହାସଲ କରିଥିଲେ । ତେବେ ଚଳିତବର୍ଷ ଜାପାନୀ ରୟୁଜୀ ମିଉରାଙ୍କ ପରେ ତାଙ୍କର ସର୍ବଶ୍ରେଷ୍ଠ ସମୟ ୮.୧୧:୬୩ ସେକେଣ୍ଡ ରହିଥିବା ବେଳେ ସେ ମିଉରାଙ୍କୁ ସ୍ୱର୍ଣ୍ଣ ପଦକ ପାଇଁ ଚାଲେଞ୍ଜ ଦେଇପାରନ୍ତି ।

୨- ନୀରଜ ଚୋପ୍ରା(ଜାଭେଲିନ):

ଏସିଆନ୍ ଗେମ୍ସ-୨୦୨୩ରେ ନୀରଜ ଚୋପ୍ରା ନିଜର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ରହିବେ । ସବୁଥର ଭଳି ଜାଭେଲିନରେ ସ୍ୱର୍ଣ୍ଣ ପଦକ ବିଜୟୀ ହେବାର ପ୍ରବଳ ଦାବିଦାର ରହିଛନ୍ତି । କିନ୍ତୁ ତାଙ୍କ ବିପକ୍ଷରେ ପାକିସ୍ତାନର ଅର୍ଶଦ ନଦୀମ କଡ଼ା ମୁକାବିଲା କରିବାକୁ ପଡ଼ିବ । ତେବେ ଏସିଆନ୍ ଗେମ୍ସରୁ ନୀରଜ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଭେଟି ଦେବେ ବୋଲି ଆଶା କରାଯାଉଛି ।

୩- ମୁରଲୀ ଶ୍ରୀଶଙ୍କର ଏବଂ ଜେସୱିନ ଏଲଡ୍ରିନ(ଲଙ୍ଗ ଜମ୍ପ):

ଉଭୟ ଖେଳାଳି ଭାରତର ଲଙ୍ଗଜମ୍ପ ଖେଳରେ ଖୁବ ଆଗକୁ ଯାଇ ପାରିଛନ୍ତି । ଚଳିତବର୍ଷ ଏଲଡ୍ରିନ ୮.୪୨ମିଟର ଲଙ୍ଗଜମ୍ପ କରି ରାଷ୍ଟ୍ରୀୟ ରେକର୍ଡ ସୃଷ୍ଟି କରିଥିବା ବେଳେ ଶ୍ରୀଶଙ୍କର ମଧ୍ୟ ପାଖାପାଖି ଏହି ଦୂରତା ହାସଲ କରିଛନ୍ତି । ତେବେ ଏହି ଦୁଇ ଆଥଲେଟଙ୍କ ମଧ୍ୟରୁ ଜଣେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜୟୀ କରିପାରନ୍ତି । ଏହା ବ୍ୟତୀତ ଶୈଳୀ ସିଂହ ମଧ୍ୟ ଏହି ରେସରେ ରହିଛନ୍ତି ।

୪- ଜ୍ୟୋତି ୟାରାଜୀ(୧୦୦ ମିଟର ପ୍ରତିବନ୍ଧକ ଦୌଡ଼):

ବର୍ତ୍ତମାନ ସମୟରେ ଦେଶର ସର୍ବଶ୍ରେଷ୍ଠ ଧାବକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜ୍ୟୋତି ୟାରାଜୀ । ଚଳିତବର୍ଷ ୧୨.୭୮ ସେକେଣ୍ଡ ହେଉଛି ଏସିଆରେ ତାଙ୍କର ଦ୍ୱିତୀୟ ସର୍ବଶ୍ରେଷ୍ଠ ରେକର୍ଡ । ତେବେ ନିଜର ଏହି ରେକର୍ଡକୁ ଅତିକ୍ରମ କରିପାରିଲେ ସେ ନିଶ୍ଚିତ ଭାବରେ ଭାରତକୁ ଏକ ସ୍ୱର୍ଣ୍ଣ ପଦକର ଅଦିକାରୀ କରିପାରିବେ ବୋଲି ଆଶା ରହିଛି ।

୫- ଭାରତୀୟ କ୍ରିକେଟ ଟିମ୍:

ଚଳିତବର୍ଷ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ ଟିମ ମଧ୍ୟ ଏସିଆନ୍ ଗେମ୍ସରେ ଭାଗ ନେଇଛି । ଯୁବ ଖେଳାଳିଙ୍କୁ ନେଇ ସୁସଜ୍ଜିତ ଏହି ଦଳ ଖୁବ ସନ୍ତୁଳିତ ରହିଥିବା ବେଳେ ଏହି ଦଳ ଭାରତକୁ ସ୍ୱର୍ଣ୍ଣ ପଦକ ଆଣି ଭେଟି ଦେଇପାରେ ବୋଲି ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ । ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ଏସିଆନ୍ ଗେମ୍ସରେ ନିଜ ପ୍ରତିଭା ଦେଖାଇବା ପାଇଁ ପ୍ରସ୍ତୁତ ରହିଛନ୍ତି ।

Get real time updates directly on you device, subscribe now.