fbpx
BJD SKY
BJD SKY

Big Breaking; ରାଜସ୍ୱ ମନ୍ତ୍ରୀ ପ୍ରମିଳା ହେବେ ବାଚସ୍ପତି ପ୍ରାର୍ଥି: ଘୋଷଣା କଲା ବିଜେଡି

BJD

ଭୁବନେଶ୍ୱର: ଓଡ଼ିଶାର ନୂଆ ବାଚସ୍ପତି ପ୍ରାର୍ଥି ହେବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ତରଫ ରୁ ଏ ନେଇ ଘୋଷଣା ହୋଇ ଯାଇଛି । ବାଚସ୍ପତି ପଦ ପାଇଁ ପ୍ରାର୍ଥି ଭାବରେ ପ୍ରମିଳାଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ । ଏଥିପାଇଁ ଆସନ୍ତାକାଲି ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ତେବେ ଆସନ୍ତା ୨୨ ତାରିଖରେ ବାଚସ୍ପତି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ପାଇଁ ଆଶାର ଆଲୋକ ସାଜିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖ ସକାଳ ସାଢେ ୯ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ନିଜର ପ୍ରାର୍ଥି ଘୋଷଣା କରିଛି । ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଜେଡି ପକ୍ଷରୁ ବାଚସ୍ପତି ପ୍ରାର୍ଥି ହୋଇଛନ୍ତି । ରାଜ୍ୟର ଏହି ବରିଷ୍ଠ ଆସନ ପାଇଁ ପ୍ରମିଳାଙ୍କ ନାଁରେ ମୋହର ମାରିଛି ବିଜୁ ଜନତା ଦଳ । ଯାଜପୁର ଜିଲ୍ଲା ବିଞ୍ଝାରପୁରରୁ ଲଗାତାର ୬ ଥର ପାଇଁ ସେ ବିଧାୟିକା ଭାବରେ ନିର୍ବାଚିତ ହୋଇଛନ୍ତି । ତେବେ ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ।

Get real time updates directly on you device, subscribe now.