fbpx

ଡୋନାଲଡ୍ ଟ୍ରମ୍ପଙ୍କ ପୁଅଙ୍କର ଟ୍ୱିଟ: ‘ମୋ ପିତାଙ୍କର ମୃତ୍ୟୁ ହୋଇଯାଇଛି, ମୁଁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବି’….

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପକୁ ନେଇ ଆସିଛି ଏକ ବଡ଼ ଖବର । ଟ୍ରମ୍ପଙ୍କ ପୁଅଙ୍କର ସୋସିଆଲ ମିଡ଼ିଆ ‘ଏକ୍ସ’ ଆକାଉଣ୍ଟରୁ କ୍ରମାଗତ ଭାବେ ଆପତ୍ତିଜନକ ପୋଷ୍ଟ କରାଯାଉଛି । ତେବେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଯାଇଛି ଓ ସେ ଆସନ୍ତା ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ବୋଲି ଡୋନାଲଡ ଟ୍ରମ୍ପ ଜୁନିୟରଙ୍କ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଅନ୍ୟପକ୍ଷରେ ତାଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ଅଫିସିଆଲ ଭାବେ କୌଣସି ବୟାନ ଜାରି କରଯାଇନାହିଁ ।

ସୂଚନା ମୁତାବକ, ନୋଡାଲ୍ଡ ଟ୍ରମ୍ପ ଜୁନିୟରଙ୍କ ‘ଏକ୍ସ’ ଆକାଉଣ୍ଟ ହ୍ୟାକ ହୋଇଯାଇଛି । ହ୍ୟାକର ଟ୍ରମ୍ପଙ୍କ ପୁଅଙ୍କ ଆକାଉଣ୍ଟରେ ଲେଖିଛି, ‘ମୋତେ ଏହା କହିବାକୁ ବହୁତ ଦୁଃଖ ଲାଗୁଛି ଯେ ମୋ ପିତା ଡୋନାଲ୍ଡ ଟ୍ରମ୍ପଙ୍କର ମୃତ୍ୟୁ ହୋଇଯାଇଛି । ତେଣୁ ଆସନ୍ତା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ମୁଁ ଅଂଶଗ୍ରହଣ କରିବାକୁ ଯାଉଛି । ଉତ୍ତର କୋରିଆକୁ ଧ୍ୱଂସ କରିଦିଆଯିବ ।’

କେତେ ହ୍ୟାକର ଉକ୍ତ ପୋଷ୍ଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗାଳିଦେବା ସହିତ ‘ଏକ୍ସ’ର ମାଲିକ ଏଲନ ମସ୍କ ଓ ଲୋଗାନ ପାଉଲଙ୍କୁ ନେଇ ମଧ୍ୟ ଆପତ୍ତିଜନକ ପୋଷ୍ଟ କରୁଛି । ତେବେ ଏହା ପଛରେ କାହାର ହାତ ଅଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହି ସମସ୍ତ ପୋଷ୍ଟକୁ ଦେଖିବା ପରେ ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ଆକାଉଣ୍ଟ ହ୍ୟାକ ହୋଇଥିବା ଆଶଙ୍କା କରାଯାଉଛି । ସୋସିଆଲ ମିଡ଼ିଆରେ ଏହି ଟ୍ୱିଟ ଦେଖିବା ପରେ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Donald Trump Death

Get real time updates directly on you device, subscribe now.