fbpx
BJD SKY
BJD SKY

CBSE ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ପାଇଁ ଆରମ୍ଭ ହେଲା ରେଜିଷ୍ଟ୍ରେସନ୍: ୧୦ମ ପାସ୍ କରିଥିବା ଛାତ୍ରୀମାନେ କରନ୍ତୁ ଆବେଦନ

BJD

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ଦିଆଯାଉଥିବା ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ପାଇଁ ଅପେକ୍ଷା କରିଥିବା ଛାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ପାଇଁ ଆବେଦନ ସହ ଜଡିତ ବିଜ୍ଞପ୍ତି ପ୍ରକାଶ କରିଛି ସିବିଏସଇ । ଏହି ସ୍କଲାରସିପ୍ ପାଇଁ ଆଗ୍ରହୀ ଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଇ ଆବେଦନ କରିପାରିବେ ।

୨୦୨୨ ମସିହାରେ ସମ୍ମାନିତ ହୋଇଥିବା ଛାତ୍ରୀମାନଙ୍କ ପାଇଁ ବୋର୍ଡ ଏହି ଯୋଜନାର ନବୀକରଣ ପୋର୍ଟାଲ୍ ମଧ୍ୟ ଲଞ୍ଚ କରିଛି । ଅଫିସିଆଲ୍ ୱେବସାଇଟରେ ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ୧୮ ଅକ୍ଟୋବର ।

ସିବିଏସଇ ସ୍କଲାରସିପ୍ ର ଲାଭ :-
ଦିଆଯାଇଥିବା ବିଜ୍ଞପ୍ତିକୁ ଆଧାର କରି ଛାତ୍ରୀମାନେ ୧୮ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସ୍କଲାରସିପ୍ ପାଇଁ ଆବେଦନ କରିପାରିବେ । ଧାର୍ଯ୍ୟ ତାରିଖ ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ । ଛାତ୍ରୀମାନଙ୍କୁ ଏଠାରେ ଧ୍ୟାନ ଦେବାକୁ ପଡିବ ଯେ, ବୋର୍ଡ କୌଣସି ପ୍ରକାରର ଅଫଲାଇନ୍ ଆବେଦନ କିମ୍ବା ଡକ୍ୟୁମେଣ୍ଟର ହାର୍ଡ କପି ଗ୍ରହଣ କରିବ ନାହିଁ । ମନୋନୀତ ଛାତ୍ରୀମାନଙ୍କୁ ମାସକୁ ୫୦୦ ଟଙ୍କା ଏବଂ ବର୍ଷକୁ ୬୦୦୦ ଟଙ୍କା ମିଳେ । ଏହି ଉପାୟରେ ଆପଣ ଦୁଇ ବର୍ଷରେ ୧୨୦୦୦ ଟଙ୍କା ପାଇବେ ।

ଏହିପରି ଆବେଦନ କରନ୍ତୁ :-
ଏହା କେବଳ ସେହି ଛାତ୍ରୀମାନଙ୍କ ପାଇଁ, ଯେଉଁମାନେ ନିଜ ପିତାମାତାଙ୍କର ଏକମାତ୍ର ସନ୍ତାନ ଅଟନ୍ତି । କେବଳ ସେହି ପ୍ରାର୍ଥୀମାନେ ଏହି ସ୍କଲାରସିପ୍ ପାଇଁ ଆବେଦନ କରିବା ଉଚିତ ଯେଉଁମାନେ ସିବିଏସଇରୁ ଦଶମ ଶ୍ରେଣୀ ପାସ କରିଛନ୍ତି । ଦଶମ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ହାସିଲ କରିଥିବା ଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ ।

ସ୍କଲାରସିପର ଲକ୍ଷ୍ୟ :-
କିଛି ବର୍ଷ ପୂର୍ବେ ସିବିଏସଇ ଏହି ଯୋଜନା ଆରମ୍ଭ କରିଥିଲା । ଏହି ଯୋଜନା କାର୍ଯ୍ୟକାରୀ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଝିଅ ଶିଶୁକୁ ପ୍ରୋତ୍ସାହିତ କରିବା । ସ୍କଲାରସିପ୍ ରାଶି ସିଧାସଳଖ ଛାତ୍ରୀମାନଙ୍କ ଆକାଉଣ୍ଟକୁ ପଠାଯିବ । ଯଦି କୌଣସି ଛାତ୍ରୀ ଆଗକୁ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ସେମାନେ ଆସନ୍ତା ବର୍ଷ ମଧ୍ୟ ଆବେଦନ କରିପାରିବେ । ଏହି ଯୋଜନା ଅଧୀନରେ ବୋର୍ଡ ଉଚ୍ଚଶିକ୍ଷା ପାଇଁ ବ ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରେ । ସିବିଏସଇ ଏହାର ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ଯେ, ୨୦୨୩ ବର୍ଷ ପାଇଁ ସ୍କଲାରସିପ୍ ପାଇଁ ଆବେଦନ କରିବା ସହିତ ୨୦୨୨ ବର୍ଷ ପାଇଁ ସ୍କଲାରସିପ୍ ମଧ୍ୟ ରିନ୍ୟୁ କରାଯାଇପାରିବ ।

Get real time updates directly on you device, subscribe now.