fbpx

ସ୍ୱାଧୀନତା ଦିବସ ପାଇଁ ଯୁବପିଢ଼ିଙ୍କୁ ମତାମତ ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ- ‘ଲାଲକିଲ୍ଲାରେ ଗୁଞ୍ଜରିବ ଆପଣମାନଙ୍କ ବିଚାର’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ବିଚାର ଏବଂ ମତାମତ ସମ୍ପର୍କରେ ପଚାରି ବୁଝିଛନ୍ତି । ଅସଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିଙ୍କୁ ସେମାନଙ୍କ ମତାମତ ସମ୍ପର୍କରେ ବୁଝି ଲାଲକିଲ୍ଳାରେ ଭାଷଣ ଦିଅନ୍ତି । ଏହା ହେଉଛି ତାଙ୍କର ଏକ ପ୍ରୟାସ ଯଦ୍ୱାରା ସେ ସେମାନଙ୍କ ବିଚାରକୁ ସାରା ବିଶ୍ୱ ଦରବାରରେ ରଖିପାରିବେ । ମୋଦୀ କହିଛନ୍ତି ଯେ, ଲାଲକିଲ୍ଲାରେ ଆପଣଙ୍କ ମାନଙ୍କ ଗୁଞ୍ଜରିବ ।

ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଉପଲକ୍ଷେ ଭାଷଣ ପାଇଁ ବିଚାର ଏବଂ ପରାମର୍ଶ ଦେବା ପାଇଁ ଆହ୍ୱାନ ଦେଇ ମୋଦୀ ଟୁଇଟ୍ କରି ଲେଖିଛନ୍ତି ଯେ, ଆପଣଙ୍କ ମାନଙ୍କ ଭାଷଣ ଲାଲକିଲ୍ଲାର ପ୍ରାଚୀରରେ ଗୁଞ୍ଜରିବ । ତେଣୁ ନିଜ ବିଚାରକୁ ଅଜ୍ଞଚ୍ଚଶକ୍ଟଙ୍ଖସଦ୍ଭୟସବ ଦିଅନ୍ତୁ । ଟୁଇଟ୍ ର ୧୦ ମିନିଟ୍ ରେ ୭୦୦ରୁ ଅଧିକ ଲୋକ ଲାଇକ୍ କରିବା ସହିତ ନିଜର ମତାମତ ରଖିଛନ୍ତି । ଗତବର୍ଷ ମଧ୍ୟ ମୋଦୀ ଏହିପରି ଭାବରେ ଲୋକମାନଙ୍କ ମତାମତ ମାଗିଥିଲେ ।

Get real time updates directly on you device, subscribe now.