fbpx

ଏଏସଓ ପରୀକ୍ଷାରେ ହେଇଥିବା ବ୍ୟାପକ ଅନିୟମିତତା କୁ ନେଇ ମୁହଁ ଖୋଲିଲେ ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି,କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର:ଏଏସଓ ପରୀକ୍ଷା କୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ପ୍ରେସ ମିଟ ମାଧ୍ୟରେ ସେ ସୂଚନା ଦେଇ କହିଛନ୍ତି ଯେ ଚଳିତବର୍ଷ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି। ଏଥିରେ କୌଣସି ପ୍ରକାରର ଅନିୟମିତତା ହୋଇ ନାହିଁ । ତେଣୁ ଏହାକୁ ନେଇ ଅପପ୍ରଚାର କରିବା ସୋସିଆଲ ମିଡିଆରେ ଏପଟ ସେପଟ ପୋଷ୍ଟ କରିବା ଆଦୌ ଠିକ ନୁହେଁ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତିି ପ୍ରତ୍ୟେକ ଅଭିଯୋଗ ଅନୁଧ୍ୟାନ କରାଯିବ । ଯଦି ସେମାନଙ୍କର ଅଭିଯୋଗରେ ସତ୍ୟାସତ ବାହାରିଲା ତେବେ ଆମେ ନିଶ୍ଚଯ ଏହାକୁ ନେଇ ପଦକ୍ଷେପ ନେବୁ ।

ଏହା ସହିତ ସେ କହିଛନ୍ତି ଚଳିତ ପରୀକ୍ଷା ପାଇଁ ୨ଲକ୍ଷରୁ ଅଧିକ ପ୍ରାର୍ଥୀ ନାମ ଦାଖଲ କରିଥିଲେ । ଏହା ଭିତରୁ ପ୍ରାୟ ୧ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ଚଳିତ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ ୪୦ ପ୍ରତିଶତ ଏବଂ ଏସିବିସି, ଏସି, ଏସଟି ବର୍ଗ ପାଇଁ ୩୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା । ଯେଉଁମାନେ ଭାବୁଥିଲେ ଆମେ ଭଲ ନମ୍ବର ରଖିଛୁ ବାସ୍ତବରେ ସେ କ୍ୱାଲିଫାଏ କରି ନଥିବେ ।

ଏହାସହ ଯେଉଁମାନେ ଅଭିଯୋଗ କରିଥିଲେ ସେମାନେ ବାସ୍ତବରେ ଚେକ କରିବା ଆବଶ୍ୟକ । ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲା ତାହା ହିସାବରେ ଆମେ କାମ କରିବୁ । ୨୦୨୨ ହିସାବରେ ଆମେ ପ୍ରଥମେ ରେଜଲ୍ଟ ପ୍ରକାଶ କରୁଥିଲୁ । କିନ୍ତୁ ୨୦୧୬ ହିସାବରେ କରିବାକୁ ନିର୍ଦ୍ଦେଶ ଦେଇଛି ହାଇକୋର୍ଟ । ଏହା ସହ ସତ୍ୟଜିତ ମହାନ୍ତ କହିଛନ୍ତି ଯେ ଆମେ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ରେଜଲ୍ଟ ପ୍ରକାଶ କରିବୁ ।

ସୂଚନାମୁତାବକ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ କରାଯାଇଥିବା ASO ପରୀକ୍ଷାରେ ବ୍ୟପାକ ତ୍ରୁଟି ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏନେଇ ଏଏସ୍ଓ ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନେ ଧାରଣା ମଧ୍ୟ ଦେଇଥିଲେ ।

OPSC ଅଧିକାରୀଙ୍କ କହିବା ମୁତାବକ, ‘ଓପିଏସସି ନିୟମାନୁସାରେ ଚୂଡ଼ାନ୍ତ ରେଜଲ୍ଟ ପରେ କଟଅଫ୍ ପ୍ରକାଶ ହେବ । କିନ୍ତୁ ଏବେ ୨୦୧୬ ପଲିସିରେ ଅନୁସାରେ ପ୍ରକାଶ ପାଇବ ଫଳ ପାଇବ ବୋଲି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

Get real time updates directly on you device, subscribe now.